ବିଜେପି ଓ ବିଜେଡ଼ି ମଧ୍ୟରେ ଦ୍ଵନ୍ଦ ଯୁଦ୍ଧ
ବିଜେପି ଓ ବିଜେଡ଼ି ମଧ୍ୟରେ ଦ୍ଵନ୍ଦ ଯୁଦ୍ଧ, ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀରେ ପାଲଟା ଅଭିଯୋଗ
ବ୍ୟାସନଗର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ କିଛି କାଉନସିଲର ଘେରିବା ଘଟଣାକୁ ନେଇ ପୌରପାଳିକାର ଅଧ୍ୟକ୍ଷ ସାମ୍ୱାଦିକ ସମ୍ମିଳନୀରେ ବିଧାୟକଙ୍କୁ ଟାର୍ଗେଟ କରିବାକୁ ନେଇ ବିଜେପି ପକ୍ଷରୁ ଅଧକ୍ଷଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀରେ ପାଲଟା ଅଭିଯୋଗ l
ବ୍ୟାସନଗର ପୌରପରିଷଦରେ ବିଜେଡି ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଜା ରାଜନୀତି। ଗୋଟିଏ ପଟେ କାଉନସିଲର ଗୋଷ୍ଠୀ ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ବିଜେପି ଓ ବିଜେଡ଼ି ମଧ୍ୟରେ ଉପୁଜିଛି ଦ୍ଵନ୍ଦ ଯୁଦ୍ଧ । କାଉନସିଲରଙ୍କ ଦ୍ବାରା ନିର୍ବାହୀ ଅଧିକାରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହା ଉପରେ ସ୍ଥାନୀୟ ବିଧାୟକଙ୍କ ମନ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ୨୦ କାଉନସିଲର ଓ ପୌରାଧ୍ୟକ୍ଷ। ବିଜେପି ପକ୍ଷରୁ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେପଟେ ସାମ୍ୱାଦିକ ସମ୍ମିଳନୀରେ ନିର୍ବାହୀ ଅଧିକାରୀଙ୍କୁ ଦୂର୍ବ୍ୟବାହାର ଓ ଆକ୍ରମଣ ଅଭିଯୋଗ ଘଟଣାରେ ଅଭିଯୁକ୍ତ ମାନଙ୍କ ଗିରଫଦାରୀ ଦାବି କରିଛି ବିଜେପି।
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
