ରାସ୍ତା ହସ୍ତାନ୍ତର କରୁନି ବନବିଭାଗ
ରାସ୍ତା ହସ୍ତାନ୍ତର କରୁନି ବନବିଭାଗ,୪୦ ଟି ଗ୍ରାମର ଗ୍ରାମବାସୀ ହନ୍ତସନ୍ତ ।।
★ପ୍ରତିବର୍ଷ ମୋରମ୍ ପକାଇ ବନ କର୍ମଚାରୀ ମାଲେମାଲ୍
ଦଶପଲ୍ଲା : – ( ହୀ ; ପ୍ର ) ବନବିଭାଗ ପାଇଁ ରାଣୀମୁଦି ମାହାଲ ପାଲଟିଛି ଜଙ୍ଗଲି ରାସ୍ତା। ପ୍ରତିବର୍ଷ ମରାମତି ପାଇଁ ଖର୍ଚ୍ଚ ହେଉଛି ଲକ୍ଷଲକ୍ଷ ଟଙ୍କା। ହେଲେ ଲୋକଙ୍କୁ ଏହାର ସୁଫଳ ମିଳିବା ପରିବର୍ତ୍ତେ ମରାମତି ଆଳରେ ମାଲାମାଲ୍ ହେଉଛନ୍ତି ବନ କର୍ମଚାରୀ। ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି, ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଘୁଗୁଡିପଡା ପଞ୍ଚାୟତର ଚିଲିପଥର- ବଡଲିଶିଙ୍ଗା ରାସ୍ତାରେ । ଘୁଗୁଡିପଡା ଏବଂ ଟାକରା ପଞ୍ଚାୟତକୁ ବାଇଶିପଲ୍ଲୀ ଅଭୟାରଣ୍ୟ ମଧ୍ୟରେ ଏହି ରାସ୍ତାଟି ସଂଯୋଗ କରୁଛି । ଗଣିଆ ବନାଞ୍ଚଳ ଅଧୀନରେ ରହିଥିବା ଏହି ରାସ୍ତା ଉପରେ ଦଶପଲ୍ଲା ଏବଂ ଗଣିଆ ବ୍ଲକ୍ର ଟାକରା, ବଡ଼ସିଲିଙ୍ଗା ଏବଂ ଘୁଗୁଡିପଡା ପଞ୍ଚାୟତର ପ୍ରାୟ ୪୦ରୁ ଉର୍ଦ୍ଧ୍ବଗ୍ରାମର ଜନସାଧାରଣ ନିର୍ଭରଶୀଳ।ପଞ୍ଚାୟତ ଅଧୀନରେ ରାସ୍ତା ନଥିବା ହେତୁ ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ ଏଥିପ୍ରତି ପଞ୍ଚାୟତ କିମ୍ବା ବ୍ଲକ୍ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ। ମାତ୍ର ଏହି ରାସ୍ତାର ମରାମତି ପାଇଁ ପ୍ରତିବର୍ଷ ବନବିଭାଗ ପକ୍ଷରୁ ମାଟି ଓ ମୋରମ୍ ପକାଇ ଧର୍ମକୁ ଆଖିଠାର
ନ୍ୟାୟରେ ମରାମତି କରାଯାଉଛି। ହେଲେ ଅସରାଏ ବର୍ଷା
ହେଲେ ରାସ୍ତା ଅବସ୍ଥା ଦୟନୀୟ ହୋଇ ପଡ଼ୁଛି। ଯାହାକି
୨୦୨୨/୨୩ ବର୍ଷରେ ୮ କିମି ରାସ୍ତାର ମରାମତି ପାଇଁ
ଷ୍ଟେଟ୍ ପ୍ଲାନରେ ୫ ଲକ୍ଷ ୫୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା ।
ମାତ୍ର ବର୍ତ୍ତମାନ ଏହାର କୌଣସି ସୁଫଳ ଲୋକଙ୍କୁ ମିଳୁନାହିଁ।
