ମୁନ୍ଦାଏ ଶୁଦ୍ଧ ପାଣି ପିଇବା ଛଟପଟ ଗ୍ରାମବାସୀ ଓ ଗ୍ରାମବାସୀଙ୍କୁ ଗୋଳିଆ ପାଣି ଭରଷା

Date- 09/07/25Place- ସୋରଡା REPORTER- ନାରାୟଣ ଡାକୁଆ Anchor – ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣ ପାଇଁ ସରକାର ଆଣିଛନ୍ତି ବସୁଧା ଯୋଜନା । କିନ୍ତୁ ଆଜିଭି କିଛି ଆଦିବାସୀ ଅଞ୍ଚଳ ରହିଛି ଯେଉଁଠି ବସୁଧା ଯୋଜନା ଅପହଞ୍ଚ ହୋଇ ରହିଛି । ଗ୍ରୀଷ୍ମ ୠତୁରେ ଜଳ ସଙ୍କଟ କଥା ସମସ୍ତେ ଜାଣନ୍ତି କିନ୍ତୁ ବର୍ଷା ଦିନେ ଜଳ ସଙ୍କଟ ଗୋଟିଏ ବଡ ଚିନ୍ତାର ବିଷୟ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ମେରିକୋଟ ପଞ୍ଚାୟତ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମର କଥା ଯେଉଁଠି ବସବାସ କରନ୍ତି 150 ପରିବାର । ସେମାନଙ୍କ ପାଇଁ ସେହି ଗ୍ରାମରେ ରହିଛି 3 ଗୋଟି ନଳକୂପ ଏବଂ ସେଥିରୁ ଗୋଟିଏ ଦୀର୍ଘ ଦିନରୁ ସମ୍ପୂର୍ଣ ଅଚଳ ହୋଇ ପଡ଼ିଛି । ଆଉ ଯୋଉ ନଳକୂପ ଦୁଇଟି ଅଛି ସେଥିରୁ ଗୋଟିଏ ଗରା ପାଣି ବହାରିଥିବ କିନାହିଁ ବାହାରୁଛି ଗୋଳିଆ , ନାଲି ଓ ଜଙ୍ଗ ପାଣି । ତଥାପି ପାଣି ପାଇଁ ଲାଗୁଛି ଲମ୍ବା ଲାଇନ । ଗ୍ରାମବାସୀଙ୍କ କହିବା କଥା ସୁଧ ପାଣି ପାଇଁ ଆଉ ଅନ୍ୟ କିଛି ଉପାୟ ନଥିବା ହେତୁ ଏହି ଜଙ୍କ ଆଉ ଗୋଳିଆ ପାଣି ପିଇବାକୁ ପଡୁଛି l ଆଉ ଏଇ ପାଣି ପିଇ ବାରମ୍ବାର ବିଭିନ୍ନ ପ୍ରକାରର ରୋଗରେ ପଡ଼ିଵାକୁ ପଡୁଛି l ଏବଂ ଯାହା ରୋଜଗାର କଲେ ସବୁ ଟଙ୍କା ମେଡିକାଲରେ ଖର୍ଚ୍ଚ ହୋଉଛି l ବାରମ୍ବାର ପ୍ରଶାସନ କୁ କହିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହୁଛନ୍ତି ଗ୍ରାମବାସୀ ।ନିର୍ବାଚନ ଆସିଲେ ଆସନ୍ତି ସମସ୍ତ ନେତା ଓ ମନ୍ତ୍ରୀ ଦିଅନ୍ତି ମିଥ୍ୟା ପ୍ରତିଶୁତି । ନିର୍ବାଚନ ସରିଲା ପରେ ଆଉ ଆଡ଼ ଆଖିରେ ଦେଖନ୍ତି ନାହିଁ ଏହି ଗ୍ରାମକୁ l ଗ୍ରାମକୁ ପକ୍କା ରାସ୍ତା ଥାଇ ମଧ୍ୟ ଗ୍ରାମରେ ପହଞ୍ଚି ପାରୁନି ଲୋକଙ୍କ ମୌଳିକ ସୁବିଧା l ହୋଇପାରୁନି ସମସ୍ୟାର ଅନ୍ତ । ଗ୍ରାମରେ ବିଶୁଦ୍ଧ ପାଣିର ସୁବିଧା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି l

Leave a Reply

Your email address will not be published. Required fields are marked *