ନୟାଗଡ଼ କ୍ଳବ୍ ତରଫରୁ ରାସ୍ତା ପାର୍ଶ୍ୱରେ ଲିମ୍ବ ଓ ମହାଲିମ୍ବ ଗଛ ରୋପଣ।

ନୟାଗଡ଼ କ୍ଳବ୍ ତରଫରୁ ରାସ୍ତା ପାର୍ଶ୍ୱରେ ଲିମ୍ବ ଓ ମହାଲିମ୍ବ ଗଛ ରୋପଣ।

ନୟାଗଡ଼ ନିକଟ ଲେଖନପୁର ସ୍ଥିତ ନୟାଗଡ଼ କ୍ଳବ୍ ପରିସରକୁ ଲାଗି ଯାଇଥିବା ରାସ୍ତାର ଦକ୍ଷିଣ ପାର୍ଶ୍ୱରେ କ୍ଳବ୍ ତରଫରୁ ବହୁ ଔଷଧୀୟ ଗୁଣର ଅଧିକାରୀ ଲିମ୍ବ ଓ ମହାଲିମ୍ବ ଗଛ ରୋପଣ କରାଯାଇଛି। ଏହି ଗଛ ଗୁଡିକ ପରିବେଶକୁ ଶୁଦ୍ଧ କରିବା ସହିତ ବହୁ ରୋଗ ଜୀବାଣୁକୁ ନଷ୍ଟ କରିଥାଏ। କାଛୁକୁଣ୍ଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଚର୍ମ ରୋଗ ପାଇଁ ଏହି ଗଛର ଉପକାରିତାକୁ ଦୃଷ୍ଟିରେ ରଖି କ୍ଳବ୍ ତରଫରୁ ଏହି ଗଛ ଗୁଡିକୁ ରୋପଣ କରାଯାଉଥିବା ବିଷୟରେ କ୍ଳବ୍ ସଂପାଦକ ଶ୍ରୀଧର ସାହୁ ମତବ୍ୟକ୍ତ କରିଛନ୍ତି।

ସଂପାଦକ ଶ୍ରୀଯୁକ୍ତ ସାହୁଙ୍କ ସଂଯୋଜନାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କ୍ଳବ୍ ସଭାପତି ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ଉପସଭାପତି ଶରତଚନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ବରିଷ୍ଠ ସଦସ୍ଯ ମିହିର ରଂଜନ ନାୟକ, ସନ୍ତୋଷ କୁମାର ନାୟକ, ଅବିନାଶ ସାହୁ ଆଦି ସଦସ୍ଯ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *