ମଣିଷ ଜୀବନ ଦୁର୍ଲଭ
ମଣିଷ ଜୀବନ ଦୁର୍ଲଭ ଜୀବନ କଷଟି ପଥର ପରି –
ମଣିଷ ଜୀବନ ଦୁର୍ଲଭ ଜୀବନ କଷଟି ପଥର ପରି
କଷୁ ଥାନ୍ତି ପ୍ରଭୁ ତାଙ୍କ ନୟନରେ
କେହି ନୁହେଁ ତାଙ୍କ ପରି।
ପଞ୍ଚ ଇନ୍ଦ୍ରିୟ କୁ ଆୟତ ନକରି
କରୁଥାଏ ହୀନ କର୍ମ
ଭାବେ ନାହିଁ ସିଏ ଏ ଧରା ପୃଷ୍ଠରେ
ହେବ ସିଏ ଧର୍ମ ଶୂନ୍ୟ।
ଲୋଭ ସାଗର ରେ ବୁଡ଼ ପକାଇଲେ
ଲୋଭି ହୋଇଯିବ ଯିଏ
ଦାନ ଧର୍ମ କୁ ଭୁଲି ଯାଇ କରି
ବିପତ୍ତି ଲଭିବ ସିଏ।
ଜ୍ଞାନ ଥାଇ ସିଏ ଅଜ୍ଞାନ ହୋଇବ
ମାୟାର ଜାଲ ରେ ପଡି
ମିଛ ସଂସାର ଟି ମାୟା ରେ ଜଡିତ
ଛୁଇଁ ନାହିଁ ସତେ ଖଡ଼ି।
ଦୁଃଖୀ ର ଦୁଃଖ କୁ ବୁଝିବାକୁ
ତାକୁ ପାଖରେ ନଥାଏ ବେଳ
ମାୟାର ଜାଲ ରେ ଛନ୍ଦି ହୋଇଥାଏ
ବିଧି ବିଧାନ ର ଖେଳ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲିଆନା, ଗଁଦିଆ, ଢେଙ୍କାନାଳ ଓଡ଼ିଶା
୭୫୯୦୧୬
