ବ୍ରାହ୍ମଣୀ ଦେବୀ ସମ୍ବାଦ ସାହିତ୍ୟ ଘର ଓ ପୁରନମଲ୍ କମ୍ପାନୀ ତରଫରୁ ବୃକ୍ଷ ରୋପଣ

କୋରେଇ, ୧୩|୭: କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତରେ ଥିବା ବ୍ରାହ୍ମଣୀ ଦେବୀ ସମ୍ବାଦ ସାହିତ୍ୟ ଘର ଓ ପୁରନମଲ୍ କମ୍ପାନୀ ର ମିଳିତ ସହଯୋଗରେ ରବିବାର ନୂଆଗଡ଼ ଅଞ୍ଚଳ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି ଏହା ଆସନ୍ତା ଅଗଷ୍ଟ ୧୮ଯୁବ ସ୍ୱାଭିମାନ ଦିବସ ପର୍ଯ୍ୟନ୍ତ ଚାଲିବ ବୋଲି ବ୍ରାହ୍ମଣୀ ଦେବୀ ସମ୍ବାଦ ସାହିତ୍ୟ ଘର ର ସଂଯୋଜକ ପୀତବାସ ଭୂୟାଁ ସୂଚନା ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ନୂଆଗଡ଼ ଏନ୍‌ ଏଚ୍ ୨୦ ଠାରୁ ବେରୁଣୁପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତା କଡରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା। ଏଥିରେ ସାହିତ୍ୟ ଘର ସଞ୍ଜଯୋକ ପୀତବାସ ଭୂୟାଁ, ପବିତ୍ର ମୋହନ ରାଉତ ରାୟ, ଜିତେନ୍ଦ୍ର ସାହୁ, ଗଦାଧର ଭୂୟାଁ, ଖଗେଶ୍ୱର ଜେନା, ପୁରନମଲ୍ କମ୍ପାନୀର ପ୍ରୋପଇଟର ଫନି ଭୁଷଣ କୁମାର, ଶେଖର ସିଂ, ସୌମ୍ୟ ସାସ୍ୱତ ରାଉତ, କାହ୍ନୁ ଚରଣ ଜେନା, ବିକାଶ ଖୁଣ୍ଟିଆ, ପ୍ରମୁଖ ସାମିଲ ହୋଇଥିଲେ ଓ ଆଖ ପାଖରେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ରାହ୍ମଣୀ ଦେବୀ ସମ୍ବାଦ ସାହିତ୍ୟ ଘର ସମ୍ପାଦିକା ଧରିତ୍ରୀ ରାଉତ ଙ୍କ ନେତୃତ୍ୱ ରେ ଗୋପାଳ ଚରଣ ସାହୁ, ହୃଷିକେଶ ସାହୁ, ରବୀନ୍ଦ୍ର ବେହେରା, ବିଭୂତି ଭୂଷଣ ବଳିୟାର ସିଂ, ମଦନ ମୋହନ କର, ସଂଜୀବ କୁମାର ଜେନା, ଅକ୍ଷୟ କୁମାର ଜେନା, ଅଜୟ କୁମାର ଭଞ୍ଜ, ମମତା ସାହୁ, ଅନୁପମା ଜେନା ଓ ନରୋତ୍ତମ ସାହୁ ଙ୍କ ସମେତ ପୁରନମଲ୍ କମ୍ପାନୀର ବିକାଶ କୁମାର, ପ୍ରଶାନ୍ତ କୁମାର, ସୌମ୍ୟ ରଞ୍ଜନ ନାୟକ, ଗୌରବ କୁମାର ସିଂ, ଅମ୍ବୁତ୍ତ ପ୍ରିୟଦର୍ଶିନୀ, ଆୟେସ କୁମାର ରାୟ, ଆଦି ସାମିଲ ଥିଲେ। ତେବେ ଏହି କାର୍ଯ୍ୟକ୍ରମ ରେ ଜୁଲାଇ ୧ତାରିଖ ରୁ ଆଜି ପର୍ଯ୍ୟନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ୫୪୫ ଚାରା ରୋପଣ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *