ସମୁଦ୍ରରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତିଲେ ୫ମତ୍ସ୍ୟଜୀବୀ
କୋଣାର୍କ,୧୩.୦୭:- ରବିବାର ଭୋର ସମୟରେ ଚନ୍ଦ୍ରଭାଗା ନୋଳିଆ ସାହିରୁ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ଅଶାନ୍ତ ଜୁଆର କାରଣରୁ ଡଙ୍ଗା ପଲଟିଯାଇଥିବା ଜଣାପଡିଛି। ଉକ୍ତ ମାଛଧରା ଡଙ୍ଗାରେ ୫ଜଣ ମତ୍ସ୍ୟଜୀବୀ ଆହତ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ପୂରୀ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ଯାହା ଫଳରେ ଏକ ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତୀ ଯାଇଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ଚନ୍ଦ୍ରଭାଗା ତେଲୁଗୁ ସାହିର ମତ୍ସ୍ୟଜୀବୀ ମାନେ ମାଛ ମାରିବା ପାଇଁ ସମୁଦ୍ରକୁ ଯାଇଥିବା ବେଳେ ଏକ ଡ଼ଙ୍ଗା ସମୁଦ୍ର କୁଳରେଥିବା ଥିବା ପଥରରେ ମାଡ ହେବା ସହ ବଡ଼ ଲହଡ଼ି ଯୋଗୁ ଓଲଟି ପଡ଼ିଥିଲା। ଏଥିରେ ଥିବା ସମସ୍ତ ମତ୍ସ୍ୟଜୀବୀମାନେ ପହଁରି କୂଳକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଚକା ପୋସିୟା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲ ପଠାଯାଇଛି। ଲକ୍ଷାଧିକ ଟଙ୍କାର ଡଙ୍ଗାଟି ଭାଙ୍ଗିଯାଇ ଥିବାବେଳେ ସେଥିରେ ଥିବା ଅନ୍ୟ ମତ୍ସ୍ୟଜୀବି ମାନେ ସୁରକ୍ଷିତ ଥିବା ଜଣାପଡିଛି।
