ଛାତ୍ରୀ ମୃତ୍ୟୁ କୁ ନେଇ କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି

Date-15/7/25Anchor- ଵାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ମୃତ୍ୟୁ କୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିବା ବେଳେ ରାଜ୍ୟ ସରକାର ଙ୍କ ଅପାରଗତା କୁ ନେଇ ପ୍ରତିବାଦ କରିଛି ବିଜେଡି l ଆଜି କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଏହାର ପ୍ରତିବାଦ ରେ ଶତାଧିକ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ସରକାର ଙ୍କୁ ବିରୋଧ କରିଥିବା ବେଳେ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି l ରାଜ୍ୟ ସରକାର ଙ୍କ ଉଦାସୀନତା ଯୋଗୁ ସୌମ୍ୟଶ୍ରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ବିଜେଡି ର ପ୍ରତିବାଦ କୁ ସମର୍ଥନ ଜଣାଇଛନ୍ତି କଲେଜ ଛାତ୍ରୀ l ବହୁ ସଂଖ୍ୟାରେ କଲେଜ ଛାତ୍ରୀ ପ୍ରତିବାଦ ରେ ସାମିଲ ରହି ଅଭିଯୁକ୍ତ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିବା ବେଳେ ରାଜ୍ୟରେ କ୍ରମାଗତ ଭାବେ ନାରୀ ନିର୍ଯାତନା, ଦୁଷ୍କର୍ମ ବନ୍ଦ କରିବା ପାଇଁ ଦାବି କରିଛନ୍ତି l ଅପାରଗ ମୁଖ୍ୟମନ୍ତ୍ରୀ ତୁରନ୍ତ ଗାଦି ଛାଡିବା ସହ ଇସ୍ତଫା ଦାବି କରିଛନ୍ତି ବିଜେଡି ନେତା, କର୍ମୀ ଓ କଲେଜ ଛାତ୍ରୀ l କାର୍ଯ୍ୟକ୍ରମ ରେ ବିଜେଡି ର ବହୁ ନେତା ସାମିଲ ହୋଇଥିବା ବେଳେ କଲେଜ ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ

Leave a Reply

Your email address will not be published. Required fields are marked *