ନୂଆଗାଁରେ କିଛି ଲୋକଙ୍କ କୋର୍ଟ ଆଦେଶକୁ ଅବମାନନା

ନୂଆଗାଁରେ କିଛି ଲୋକଙ୍କ କୋର୍ଟ ଆଦେଶକୁ ଅବମାନନା କୁଜଙ୍ଗ ୧୫/୭-ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ନୂଆଗାଁରେ ସାମ୍ବାଦିକ ଅରକ୍ଷିତ ସ୍ବାଇଁଙ୍କ ଘରକୁ ଯିବା ରାସ୍ତାରେ କିଛି ଲୋକ ଜୋର ଜବରଦସ୍ତ ଅସ୍ଥାୟୀ ଘର ନିର୍ମାଣ କରିଛନ୍ତି। ମାନ୍ୟବର କୋର୍ଟ ଏହି ଜାଗା ଉପରେ ଇଞ୍ଜେକସନ ସୁଟ କରିଥିଲେ ମଧ୍ୟ ପ୍ରାୟ ୧୫ ଜଣ ପୁରୁଷ ସ୍ତ୍ରୀ ପିଲାଙ୍କୁ ମେଳି କରି ସେଠାରେ ସିମେଣ୍ଟ ଖୁଣ୍ଟ ଓ କାଠ ପୋତି ଘର ନିର୍ମାଣ କରିଛନ୍ତି। ଅଭୟ ଚାନ୍ଦପୁର ଥାନାର ପୋଲିସ କର୍ମଚାରୀ ଖବର ପାଇ ସେଠାରେ ପହଞ୍ଚି ଲୋକଙ୍କୁ ବାରଣ କରିଥିଲା। ମାତ୍ର ପୋଲିସ ଚାଲିଯିବା ପରେ ସେହି ଲୋକମାନେ ପୁନର୍ବାର ଘର ନିର୍ମାଣ କରିଥିଲେ। ଅରକ୍ଷିତ ସ୍ବାଇଁଙ୍କ ପରିବାର ସଦସ୍ୟଙ୍କୁ ଗାଳିମନ୍ଦ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ଏପରିକି ଗାଁ ଛାଡ଼ି ଚାଲିଯିବାକୁ ଧମକାଇଛନ୍ତି ‌। ସେହି ତଥାକଥିତ ଲୋକଙ୍କ କଙ୍ଗାରୁ କୋର୍ଟରେ ଅରକ୍ଷିତ ଏବଂ ତାଙ୍କ ପରିବାର ସଦସ୍ୟ ମାନସିକ ଯନ୍ତ୍ରଣା ପାଇବା ସହ ଦଣ୍ଡିତ ହୋଇଛନ୍ତି। ଅରକ୍ଷିତଙ୍କ ଧର୍ମପତ୍ନୀ ଗୋଲାପ ରାଣୀ ରାଉତ ଏନେଇ ଅଭୟ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ପରିବାରକୁ ସୁରକ୍ଷା ଦେବା ପରିବର୍ତ୍ତେ ନୀରବ ଦ୍ରଷ୍ଟା ସାଜିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *