ନୂତନ ତହସିଲଦାରଙ୍କ କାର୍ଯ୍ୟରେ ଯୋଗଦାନ।
ରଘୁନାଥପୁର:- ରଘୁନାଥପୁର ତହସିଲରେ ବୁଧବାର ନୂତନ ତହସିଲଦାର ଭାବେ ରାଜଲକ୍ଷ୍ମୀ ନାୟକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ଅତିରିକ୍ତ ତହସିଲଦାର ତପନ କୁମାର ପରିଡାଙ୍କ ସହ ସମସ୍ତ ଆରଆଇ ଓ ତହସିଲ କର୍ମଚାରୀମାନେ ଫୁଲତୋଡ଼ା ଦେଇ ତାଙ୍କୁ ଭବ୍ୟ ସ୍ଵାଗତ ଜଣାଇଥିଲେ।ତହସିଲଦାର ନାୟକ ପୂର୍ବରୁ ଭୁବନେଶ୍ୱର ମ୍ୟୁନିସପାଲିଟି କର୍ପୋରେସନରେ ଡେପୁଟୀ କମିଶନର ଭାବେ କାର୍ଯ୍ୟରତ ଥିଲେ।ଅଞ୍ଚଳବାସୀଙ୍କ ସହଯୋଗରେ କର୍ମଚାରୀଙ୍କ ସହ ସମନ୍ୱୟ ରଖି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି ନାୟକ ପ୍ରକାଶ କରିଛନ୍ତି।
