କଂଗ୍ରେସ ପକ୍ଷରୁ କାମାକ୍ଷାନଗର ବନ୍ଦ ସଫଳ

କାମାକ୍ଷାନଗର, ଆଙ୍କର-ଫକୀର ମୋହନ ଅଟୋନମସ ମହାବିଦ୍ୟାଳୟର ଛାତ୍ରୀ ସୋମ୍ୟଶ୍ରୀ ବିସିଙ୍କ ମୃତ୍ୟୁ ର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ର ଆହ୍ୱାନ କ୍ରମେ କାମାକ୍ଷାନଗର କଂଗ୍ରେସ ପକ୍ଷରୁ ବନ କରାଯଇଥିବା ବେଳେ ତାହା ସଫଳ ହୋଇରହିବାର ଅନୁଭୂତ ହୋଇଛି l ପ୍ରଦେଶ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା କ୍ରମେ କାମାକ୍ଷାନଗର କଂଗ୍ରେସ କମିଟି ପୂର୍ବାହ୍ନରୁ ସମସ୍ତ ଜାନ ବାହାନ ବନ୍ଦ କରିଥିବା ବେଳେ ସମସ୍ତ ବଜାର ସହିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି l ବନ୍ଦ ପାଳନ ସକାଶେ ପ୍ରଚର ହେବା ପରେ ସରକାରଙ୍କ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବାର ଜଣା ଯାଇଛି l ଶାନ୍ତି ଶୃଙ୍ଖଳା ର ସହିତ ବନ୍ଦ ପାଳନ ହୋଇଥିବା ବେଳେ ପୁଲିସ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଇଥିଲା l

Leave a Reply

Your email address will not be published. Required fields are marked *