ଅଜଣା ଗାଡି ଧକ୍କାରେ ୨ ଗାଈ ଓ ୧ ବାଛୁରୀ ମୃତ

କାମାକ୍ଷାନଗର, ଆଙ୍କର-କାମାକ୍ଷାନଗର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ବାଇସିଙ୍ଗା ଠାରେ ଗୁରୁବାର ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ୨ ଟି ଗାଈ ସହିତ ୧ ବାଛୁରୀର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବାଛୁରୀ ଗୁରୁତର ଭାବେ ଆହତ ହୋଇଥିବାର ଜଣାଯାଇଛି l ଗୁରୁବାର ଭୋର ସମୟରେ ଦୁଇଟି ଗାଈ ଓ ବାଛୁରୀ ଜାତୀୟ ରାଜପଥରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା l ଫଳରେ ଘଟଣା ସ୍ଥଳରେ ଦୁଇଟି ଗାଈ ଓ ଗୋଟିଏ ବାଛୁରୀ ର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବାଛୁରୀ ଗୁରୁତର ଭାବେ ଆହତ ହୋଇ ପଡିଛି l

Leave a Reply

Your email address will not be published. Required fields are marked *