ଶିକ୍ଷକ ବଦଳି କୁ ଛାତ୍ରଛାତ୍ରୀ ଓ ଅବିଭାବକ ଙ୍କ ଧାରଣା
Date-15/07/25*ସମୂହ ଛାତ୍ରଛାତ୍ରୀ ଟିସି ନେବାକୁ ନିଷ୍ପତ୍ତି ପରେ କଲେ ଆବେଦନ*ସ୍କୁଲକୁ ଆସୁ ନାହାଁନ୍ତି ଛାତ୍ରଛାତ୍ରୀ*ଅବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥା*ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବିଆଙ୍କର- ଜଗତସିଂହପୁର ଜିଲ୍ଲା ସହର ବ୍ଲକ ଅନ୍ତର୍ଗତ ପଲ୍ଲୀ ପଂଚାୟତ ର୍ ପଦ୍ମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା । ପ୍ରଧାନ ଶିକ୍ଷକ ଦେବାଶିଷ ଖୁଣ୍ଟିଆ ଙ୍କ ଅନ୍ୟତ୍ର ବଦଳିକୁ ନେଇ ଆଜିକୁ 10 ଦିନ ବିଦ୍ୟାଳୟ କୁ ଆସୁ ନାହାଁନ୍ତି ଛାତ୍ରଛାତ୍ରୀ । ତେବେ ସମୂହ ଛାତ୍ରଛାତ୍ରୀ ଟିସି ନେଇ ଅନ୍ୟ ବିଦ୍ୟାଳୟ କୁ ଚାଲି ଯିବାକୁ ନିଷ୍ପତ୍ତି ନେଇ ଥିବାବେଳେ ବିଦ୍ୟାଳୟ ର୍ ଶିକ୍ଷକ ଙ୍କୁ ଲିଖିତ ଆବେଦନ କରିଛନ୍ତି । ଭିଓ 1 – ଏ ହେଉଛି ଜଗତସିଂହପୁର ଜିଲ୍ଲା ସହର ବ୍ଲକ ଅନ୍ତର୍ଗତ ପଲ୍ଲୀ ପଂଚାୟତ ର୍ ପଦ୍ମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବାଶିଷ ଖୁଣ୍ଟିଆ ଙ୍କ ଅନ୍ୟତ୍ର ବଦଳି ହେବା ପରେ ଏବେ ବିଦ୍ୟାଳୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶେଣୀ ପର୍ଯ୍ୟନ୍ତ ଥିବା ବେଳେ ପ୍ରାୟ 50 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେବେ ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ 10 ଦିନରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ କୁ ଆସୁ ନାହାଁନ୍ତି । ଏ ପରିକି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପିଲାମାନଙ୍କୁ ବିଦ୍ୟାଳୟ ନ ପଠାଇବା ସହିତ ବିଦ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି । ଯଦି ପ୍ରଧାନ ଶିକ୍ଷକ ଙ୍କ ବଦଳି ବାତିଲ କରା ନ ଯାଏ ତେବେ ସମୂହ ଟିସି ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ବାଇଟ 1- ଛାତ୍ରବାଇଟ 2- ଛାତ୍ରୀବାଇଟ 3- ସନ୍ଧ୍ୟାରାଣୀ ଭୋଇ (ଅବିଭାବକ)ଭିଓ- ଛାତ୍ରଛାତ୍ରୀ ଓ ଅବିଭାବକ ଙ୍କ କହିବା ଅନୁଯାୟୀ ପ୍ରଧାନ ଶିକ୍ଷକ ଦେବାଶିଷ ଖୁଣ୍ଟିଆ ଜଣେ ଭଲ ଶିକ୍ଷକ ଥିଲେ । କେବଳ ପିଲାମାନଙ୍କୁ ପଠା ପଢ଼ାଇବା ନୁହେଁ ପିଲାମାନଙ୍କର ଭଲ ମନ୍ଦ କଥା ବୁଝୁଥିଲେ । ଏପରି ବାପା ମାଆ ଙ୍କ ପରି ସ୍ନହେ ଆଦର ମଧ୍ୟ କରୁଥିଲେ । ଏ ବାବଦରେ ସ୍କୁଲ କମିଟି ପକ୍ଷରୁ ଜିଲ୍ଲା ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ କୁ ଅବଗତ କରାଯାଇଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ନ ଦେବା ଫଳରେ ସମୂହ ଛାତ୍ରଛାତ୍ରୀ ମାନେ ଟିସି ନେବାକୁ ଆବେଦନ କରିଛନ୍ତି । ଅପରପକ୍ଷରେ ବିଦ୍ୟାଳୟ ର୍ ଶିକ୍ଷକ ଏ ବିଷୟରେ ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଇଥିବା କହିଛନ୍ତି ।ବାଇଟ 4- ସଦାଶିଵ ସ୍ୱାଇଁ (ସଭାପତି, ସ୍କୁଲ କମିଟି)ବାଇଟ 5 – ସଞ୍ଜୟ କୁମାର ମହାନ୍ତି (ଶିକ୍ଷକ)ଫାଭଓ- କେବଳ ଏହି ଗୋଟିଏ ବିଦ୍ୟାଳୟ ନୁହେଁ ଜିଲ୍ଲାର ଅନେକ ବିଦ୍ୟାଳୟରେ ଶିକ୍ଷକ ବଦଳି କୁ ନେଇ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ତାଲା ପକାଇ ଥିବା ଦେଖିବାକୁ ମିଳିଛି । ତେଣୁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଏହାର ତୁରନ୍ତ ସମାଧାନ କରିବାକୁ ସାଧାରଣ ରେ ଦାବି ହେଉଛି।
ଜଗତସିଂହପୁର ରୁ ରୀତା ସାହୁ
