ବାଲେଶ୍ଵର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିସି ଆତ୍ମାହୁତି ଘଟଣା
ବାଲେଶ୍ଵର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିସି ଙ୍କ ଆତ୍ମାହୁତି ଘଟଣା କୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଗୁରୁବାର ସାରା ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଯାହାର ପ୍ରଭାବ ସାରା ଓଡ଼ିଶାରେ ସଫଳ ହୋଇଛି । ଏହି ପରିପ୍ରେକ୍ଷିରେ କୋଣାର୍କ ଥାନା ଅଧିନ ଅବଦାନ ଗ୍ରାମ ପଞ୍ଚାୟତର ପୂର୍ବତନ କଂଗ୍ରେସ ସରପଞ୍ଚ ଲକ୍ଷ୍ମୀନାରାୟଣ ଜେନା ଙ୍କ ସହ ଲକ୍ଷ୍ମୀଧର ବେହେରା, ପ୍ରହଲ୍ଲାଦ ବାରିକ, ପ୍ରତାପ ନାୟକ, ପୃଥିରାଜ ନାୟକ, ଜଟାଧାରି ପ୍ରଧାନ, ଚିତ୍ରେସନ କାଣ୍ଡି, ରାଜକିଶୋର ମଲ୍ଲିକ,ଶିବରାମ ପ୍ରଧାନ, ପ୍ରତାପ ନାୟକ ଓ ବହୁ କଂଗ୍ରେସ କର୍ମୀ ମାନେ

ମିଶିକରି ଅବଦାନ ଗ୍ରାମ ପଞ୍ଚାୟତ ର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା କୁ ଆଜିର ବିଜେପି ସରକାରଙ୍କ ନାରୀ ନିର୍ଯ୍ୟାତନା ବିରୋଧରେ ସଚେତନତା କରିବା ସହ ଅନୁଷ୍ଠାନମାନଙ୍କୁ ବନ୍ଦ କରିବାକୁ ଅନୁରୋଧ କରିବା ସହ ସଫଳ ହୋଇଥିଲେ। ପରେ କାକଟପୁର ନିର୍ବାଚ଼ନ ମଣ୍ଡଳୀ କଂଗ୍ରେସ, କୋଣାର୍କ ନଗର କଂଗ୍ରେସ ଓ ଛାତ୍ର କଂଗ୍ରେସ ଙ୍କ ଶୋଭାଯାତ୍ରାରେ ମିଶି ଆଜିର ଓଡିଶା ବନ୍ଦରେ ସାମିଲ ହୋଇଥିଲେ l
