ଓଡିଶା ବନ୍ଦକୁ ଜିଲ୍ଲାବାସୀ ସଫଳ କରିଥିବାରୁ ଧନ୍ୟବାଦ।
ସୋମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାର ବିଚାରବିଭାଗୀୟ ତଦନ୍ତ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ବାଲେଶ୍ବର MP ଓ MLA ଇସ୍ତଫା ଦାବିରେ ୮ ଦଳର ଆହୁତ ଓଡିଶା ବନ୍ଦ ଜିଲ୍ଲାରେ ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହି ବନ୍ଦକୁ ସଫଳ କରିବା ପାଇଁ ବ୍ରହ୍ମପୁର ସହରରେ ବିଭିନ୍ନ ଅଫିସ ଦପ୍ତରରେ ପାର୍ଟି ପକ୍ଷରୁ ପିକେଟିଂ କରି ବନ୍ଦ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ପାର୍ଟିର ବରିଷ୍ଠ ନେତା ଅଳିକିଶୋର ପଟ୍ଟନାୟକ,ଯୁଧିଷ୍ଠିର ବେହେରା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସହ ସମ୍ପାଦକ ପ୍ରଦୀପ ସେଠୀ, ଯୁବସଂଘର ରାଜ୍ୟ ସମ୍ପାଦକ କାମଦେବ ନାହାକ, ରାଜ୍ୟ ନେତା ରମେଶ ପାଢ଼ୀ, ପ୍ରଫୁଲ୍ଲ ଜେନା, ରୋହିତ ବିଷୋୟୀ, ଗାଗରିନି ନାୟକ, ରବୀନ୍ଦ୍ର ନାୟକ, ଜିତୁ ଦୋରା,ଶିଵ ପ୍ରସାଦ ମହାପାତ୍ର ,ପ୍ରତାପ ଚୌଧୁରୀ, ବାବୁଲା ନାୟକ, କେଶବ ଗୌଡ଼, ହରି ନାହାକ ,ଚିଟିବାବୁ, ରାଜା ରାଓ ,ଦିଲୀପ ଛୋଟରାୟ,ଅଜୟ ଗୌଡ଼, ଗୋକୁଳ ତ୍ରିପାଠୀ, ଚନ୍ଦ୍ର ନାୟକ, ଶ୍ରୀଧର ସ୍ୱାଇଁ ,ପୁରସ୍ତମ୍ଭ ସାହୁ ଓ ଖଲି ସ୍ୱାଇଁ ପ୍ରମୁଖ ନେତୃତ୍ୱ ନେଇଥିଲେଅନୁରୂପ ଭାବେ ସିପିଆଇ ଓ କଂଗ୍ରେସ ଦଳ ର ବହୁନେତା ଓ କର୍ମୀ ଆଜିର ଓଡିଶା ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ।
