ଦୁର୍ଲଭ ଦୁର୍ମୁଲ୍ୟ ବୂକ୍ଷଲତା ସୁରକ୍ଷାରେ ବନ ବିଦ୍ଭାଗ ଅକ୍ଷମ

ଦଶପଲ୍ଲା : – ଦଶପଲ୍ଲା ର ଘୋର୍ ଜଂଗଲ ବିଷୟରେ ସାରା ଓଡିଶା ବାସୀ ଅବଗତ ରହିଥିବାବେଳେ , ପୂର୍ବରୁ ଏହି ଦଶପଲ୍ଲା ଜଂଗଲ ଓ ଗ୍ରାମାଞ୍ଚଳରେ ରେ ବହୁଳ ଭାବେ ଦେଖାଯାଇଥିବା ଅନେକ ବୃକ୍ଷଲତା ଏବେ ସେଭଳି ଆଉ ଦେଖିବାକୁ ମିଳୁନାହିଁ । ଫଳରେ, ଏହା ପାରିପାଶ୍ୱିକ ପରିବେଶ ଏବଂ ଜୈବ ବିବିଧତା ଉପରେ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ପରିବେଶବିତ୍ ମତ ଦେଇଛନ୍ତି । ସୂଚନାଯୋଗ୍ୟ, ଦ ଦଇଆ, ପାଳଧୂଆ, ପଳାସ, କୋଚିଲା, ଭୂଇଁନିମ୍ବ, ଡିମିରି, ଶତାବରୀ, ତାଳମୂଳୀ, ଭୂଇଁ କଖାରୁ, ବରୁଣ,ମୃଦୁରୀ, ଲୁଟୁରୀ ଲଇ, ଅଷାଢୁଆ, ବାରିପୋଇ, ଡିମିରି, ଖିରିକୋଳି,ଚାରକୋଳି, ବଣ କଦଳୀ, ବଣ କାଂକଡ, ବଣ ଛଚିନ୍ଦ୍ରା, ମାକଂଡି ମୁଗ,ଆଙ୍କୁଲ, କେନ୍ଦୁ, କଇଁଥ, ଭୂଇଁଖଜୁରି, ଢାଳିଆ, ଅଢ଼ଙ୍ଗା, ଭଇଁଚକୋଳି, ନଣ୍ଡାବାଗୁଲି ସମେତ ଅନେକ ଛୋଟବଡ଼ ଗଛଲତା ଆଉ ଦେଖିବାକୁ ମିଳୁନାହିଁ । ଅନ୍ୟପକ୍ଷରେ, ମିଠା ତରଭା, କ୍ଷୀରକୋଳି, ଭଇଁଞ୍ଚ କୋଳି, କଣ୍ଢେଇକୋଳି, ଭୂଇଁଖଜୁରୀକୋଳି ପ୍ରଭୃତି ଏକ ପ୍ରକାର ଦୁଷ୍ପ୍ରାପ୍ୟ ହୋଇଛି ।

ସେହିଭଳି, ଗାଁ ଗହଳିରେ ଲୋକଙ୍କ ପ୍ରିୟ ଖାଦ୍ୟ ଭାବେ ବ୍ୟବହାର ହେଉଥିବା ନାଡ଼ଛତୁ, ଖୁଦ ଛତୁ,ବାଲିଛତୁ, ମଉଳା ଛତୁ, ପାଳ ଛତୁ, ହୁଙ୍କା ଛତୁ ଏବଂ ଦେଶୀ ନଡ଼ା ଛତୁ ମଧ୍ୟ ପ୍ରାୟତଃ ମିଳୁନାହିଁ।ପୂର୍ବରୁ ଗାଁମାନଙ୍କରେ ଖାଦ୍ୟ ରୂପେ ବ୍ୟପକ ଭାବେ ବ୍ୟବହାରହେଉଥ‌ିବା ସୁଆଁ, କୋଦୁଅ, କାଙ୍ଗୁଲ, ଯଥା, ଜହ୍ମା ଥାଇ ଏବେ ପ୍ରାୟତଃ ଦେଖିବାକୁ ମିଳୁନାହିଁ । ଅନ୍ୟପକ୍ଷରେ,ପେଷ୍ଟ, ଧଳା ଓ ନାଲି କାଉଁରିଆ, ଦେଶୀକାଠି ଝୁଡ଼ଙ୍ଗ, ଦେଶୀ ହରଡ଼, ହିଡ଼ ବିରି ମଧ୍ୟ ପୂର୍ବଭଳି ଆଉ ପର୍ଯ୍ୟାପ୍ତ ପରିମାଣରେ ମିଳୁନାହିଁ । ଫଳରେ, ଏଭଳି ଅସଂରକ୍ଷିତ ପରିସ୍ଥିତି ଯୋଗୁଁ ପରିବେଶ କ୍ରମଶଃ ସନ୍ତୁଳନ ହରାଇଥ‌ିବା ଅଭିଯୋଗ ହେଉଛି । ଏଥିପ୍ରତି ରାଜ୍ୟ ବନ ବିଦ୍ଭାଗ ଦୃଷ୍ଟିଦେବାକୁ ଜନସାଧାରଣ ଦାବୀ କରୁଛନ୍ତି।

Leave a Reply

Your email address will not be published. Required fields are marked *