ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା

ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ଆଜି ଭିନ୍ନ ମୋଡ ନେଇଛି। ପ୍ରଦେଶ କଂଗ୍ରେସ ଡାକରାରେ ସାରା ରାଜ୍ୟରେ ଆଜି ଓଡିଶା ବନ୍ଦ ପାଳନ କରାଯାଉଛି। ଏହି କ୍ରମରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି। ଚାରିଆଡେ ଦୋକାନ ବଜାର ବନ୍ଦ ରହିବା ସହିତ ରାସ୍ତାରୋକ ଜାରିରହିଛି। ବନ୍ଦ ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ଦାବି କରିଛି କଂଗ୍ରେସ। ବ୍ୟାସନଗରରେ ଗୋପବନ୍ଧୁ ଛକ, ଦଳା ଛକ, ଚୋରଦା ପାଇପାସ ଛକ ଆଦି ସ୍ଥାନରେ ରାସ୍ତାରୋକ କରାଯାଇଛି। ଦୋକାନ ବଜାର, ସରକାରୀ ବେସରକାରୀ ଦପ୍ତର, ସ୍କୁଲ, କଲେଜ, ବ୍ୟାଙ୍କ୍ ଆଦି ବନ୍ଦ କରାଯାଇଛି l ତେବେ ଆଜି ଏହି ବନ୍ଦକୁ ସାଧାରଣ ଲୋକ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ସହରରେ ସମସ୍ତ ବ୍ୟାଙ୍କ, ସରକାରୀ ଅଫିସ, ଦୋକାନ ବଜାର, ଗାଡି ମଟର ସବୁ ବନ୍ଦ ରହିଛି ।

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *