କୁଜଙ୍ଗରେ ସୌମଶ୍ରର ନ୍ୟାୟ ପାଇଁଁ ଓଡ଼ିଶା ବନ୍ଦ ସଫଳ
କୁଜଙ୍ଗରେ ସୌମଶ୍ରର ନ୍ୟାୟ ପାଇଁଁ ଓଡ଼ିଶା ବନ୍ଦ ସଫଳ
କୁଜଙ୍ଗ-୧୭/୭-କୁଜଙ୍ଗଠାରେ କଂଗ୍ରେସ ସମେତ ମିଳିତ ବିରୋଧୀ ଦଳ ପକ୍ଷରୁ ଫକିରମୋହନ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମଶ୍ରୀକୁ ନ୍ୟାୟ ପ୍ରଦାନ ଦାବିରେ
ବ୍ଲକ ସଭାପତି ନିହାର ରଞ୍ଜନ ଦାସଙ୍କ ନେତୃତ୍ବରେ ଓଡିଶା ବନ୍ଦ କାର୍ଯ୍ୟକ୍ରମ ସଫଳ ହୋଇଛି ।

ଦୋକାନ ବଜାର,ସ୍କୁଲ,କଲେଜ,ବ୍ୟାଙ୍କ ଓ ସମସ୍ତ ଅଫିସ ବନ୍ଦ ରହିବା ସହିତ ବସ,ଟ୍ରକ ଚଳାଚଳ ବନ୍ଦ ରହିଥିଲା । ଏହି ବନ୍ଦ କାର୍ଯ୍ୟକ୍ରମରେ କୁଜଙ୍ଗର ଯୁବ ନେତା ଅବିନାଶ ମଲ୍ଲିକ,ରଞ୍ଜନ ସାହୁ,ଏଡଭୋକେଟ ମଞ୍ଜୁଲତା ରାଉତ,ବିରେନ କୁମାର ଦଳାଇ,ବିଶ୍ବନାଥ ମଲ୍ଲିକ,ବାମପନ୍ଥୀ ନେତା ସୁବାଷ ସ୍ବାଇଁ, ଶ୍ରୀନିବାସ ଜୁଝାରସିହ ଯୋଗଦେଇ ବନ୍ଦକୁ ସଫଳ କରିଥିଲେ। ପାରାଦୀପର କଂଗ୍ରେସ ନେତା ନିରଞ୍ଜନ ନାୟକ ଛାତ୍ରୀ ସୈ।ମ୍ୟାଶ୍ରୀର ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ, ବାଲେଶ୍ଵର ସାଂସଦ,ଏଫଏମ କଲେଜର ପ୍ରିନ୍ସପାଲ,ଯୈ।ନ ନିର୍ଯାତନାରେ ସଂପୃକ୍ତ ଅଧ୍ୟାପକ ଏବଂ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି। ଏହି ଘଟଣାର ସେ ବିଚାର ବିଭାଗୀୟ ତଦନ୍ତ ପାଇଁ ଗଣମାଧ୍ୟମ ସମ୍ମୁଖରେ ନିଜର ମତ ରଖିଥିଲେ।
