ଶହେ ବର୍ଷର ବିଦ୍ୟାଳୟ,ଝିଅପିଲାଙ୍କ ପାଇଁ ଶୌଚାଳୟ ନାହିଁ

ଦଶପଲ୍ଲା , ତୀ. ପ୍ର.- 17/7 1928 ମସିହାରେ ସ୍ଥାପିତ ଦୁର୍ଦୁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଜିବି ଅନେକ ସମସ୍ୟା ଘେରରେ ଛନ୍ଦି ହୋଇ ରହିଥିବା ଦେଖା ଯାଉଛି . ବିଦ୍ୟାଳୟ ରେ ପ୍ରଥମ ଠାରୁ ୮ମ ପର୍ଯ୍ୟନ୍ତ ୮ ଗୋଟି ଶ୍ରେଣୀ ଅଛି . ତେବେ ୮ଟି ଶ୍ରେଣୀ ପାଇଁ ମାତ୍ର ୬ ଜଣ ଶିକ୍ଷକ ଥିଲେ . ଏଵେ ସେଥିରୁ ଜଣକୁ ଡେପୁଟେସନ ରେ ପଠାଇ ଦିଆ ଯାଇଥିବାରୁ ଆଉ ୫ଜଣ ଶିକ୍ଷକ ଅଛନ୍ତି . ତେଣୁ ବାଧ୍ୟ ହୋଇ ଗୋଟିଏ ଜାଗାରେ ଦୁଇଟି ଶ୍ରେଣୀ ପିଲାଙ୍କୁ ଏକାଠି ବସା ଯାଉଛି . ଅପର ପକ୍ଷରେ ଶ୍ରେଣୀ ଗୃହ ଅଭାବ ଥିବାରୁ ବହୁ ଲେଖା ଲେଖି ପରେ ଗୋଟିଏ ଶ୍ରେଣୀ ଗୃହ ପାଇଁ ବ୍ୟୟ ବରାଦ କରାଯାଇ ଘରଟି ତିଆରି ସରିଲାଣି କେବଳ ପ୍ଲାଷ୍ଟର ହବ. ଅଥଚ ଠିକାଦାର ଘର ଟି ତାଲା ପକାଇ ରଖିଚି . ବିଦ୍ୟାଳୟକୁ ହାଣ୍ଡ ଓଭର କରୁନି କି ବି. ଇ. ଓ. ଙ୍କୁ ଜଣାଉନି । ସେପଟେ ପାଇଖାନା କାମ ବାହାରୁ ସରି ଗଲାଣି କିନ୍ତୁ ଭିତର କାମ ସରୁନି କି ଚାବି ମିଳୁନି. ଫଳରେ ସପ୍ତମ ଅଷ୍ଟମ ଶ୍ରେଣୀର ବଡ ବଡ ଝିଅ ମାନେ ବାହାରକୁ ପାସ ଯିବାକୁ ବାଧ୍ୟ ହେଉଛନ୍ତି. ଏଭଳି ଅନେକ ସମସ୍ୟା ଭିତରେ ଧନ୍ଦି ହଉଚି ଗୋଟିଏ ଶହେ ବର୍ଷର ସ୍କୁଲ । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *