ଅନାମିକା ବାରବଧୂ
ଅନାମିକା ବାରବଧୂ ============== ଶ୍ରୀ କରୁଣାକର ଦାସ, ଉଦଳା, ମୟୁରଭଞ୍ଜ, ଓଡିଶା =============== ଅଭିଜାତ୍ୟର ସପନ ନାୟିକା ଅନାମିକା ବାରବଧୂ , ରାତ୍ରୀର ବିଲସେ କାହାପାଇଁ ସାଜେ, ପୁନେଇଁ ଆକାଶ ଇନ୍ଦୁ (୧) ମୋପାଦ ଘୁଙ୍ଗୁର କରଇ ଅଧୀର ଦେହେ ଭରେ ପ୍ରୀତି ତାତି, ମୁଁଯେ କେଶାବତୀ ଷଢସୀ ରୁପସୀ ଗୋଟିଏ ରାତିର ସାଥି (୨) ଅରପି ଦିଏ ମୁଁ ମୋ ତନୁ ତଳପ ଆଲୋକ ଅନ୍ଧାର ମେଳେ, ନିଶାଭରା ରାତି ଝୁମି ଝୁମି ଯାଏ ଅର୍ଦ୍ଧଲଗ୍ନ ମୋର ଦେହେ (୩) ମୋ ଓଠ ତୁଠରେ ଭରା ଦହନର ମୟୂରୀ ମାୟାର ଶୋଷ , ଅଙ୍କ ପଲ ଙ୍କରେ ଶୃଙ୍ଗାର ପଥେ କେତେଯେ ଦିଅନ୍ତି ଝାସ (୪) ତନୁ ଉପବନେ ପ୍ରୀତିର କଦମ୍ବ ମୋହ ମୋହ ହୋଇ ବାସେ, ଭୋକରେ ଭୂଗୋଳ ପେଷି ହୋଇଯାଏ ନିରବତା ଦୀର୍ଘ ଶ୍ୱାସେ [୫] ଅନ୍ଧାର ରେ ହଜେ ତନୁମନ ମୋର ଖେଳି ଯାଏ ଶିହରଣ , ତଥାପି ନୀରବେ ବାଢିଦେଉଥାଏ ଅସରନ୍ତି ଯେତେ ପ୍ରେମ (୬) ଲୁହରେ ଜଳାଏ ଯଉବନ ମୋର ଆଉଁଶା ପ୍ରୀତିକୁ ଦେଖି, ନୀଳ ମୌସୁମୀ ସରି ସରି ଆସେ ପାହିବା ଆଗରୁ ରାତି (୭) ଆଗଭୀର ରାତି ସରିଗଲାପରେ ଲୁହ ଝରେ ବିନ୍ଦୁ ବିନ୍ଦୁ , ନୀଳ ନୟନା ମୁଁ ପ୍ରୀତି ପଦ୍ମଗନ୍ଧା ଅନାମିକା ବାରବଧୂ (୮) ≠=========≠====
