ବର୍ଷ ୬ ମାସ ହେବ ହାତବାନ୍ଧି ବସିଛନ୍ତି ଲୋକମାନେ,ମୂଳ ମଜୁରୀ ନାହିଁ

ଖଜୁରୀପଡ଼ା:-୧୭/୦୭ ସାଧାରଣ ନିର୍ବାଚନ ଶେଷ ହୋଇ ୧ ବର୍ଷ ୬ ମାସ ବିତିଲା ଲୋକଙ୍କ ହାତକୁ ମୂଳ ମଜୁରୀ ସ୍ବପ୍ନ ହୋଇଛି l ସେହିଭଳି ଆଶାଡ଼ ଯାଇ ଶ୍ରାବଣ ଚାଲିଛି କିନ୍ତୁ ଚାଷ କାମ ମଧ୍ୟ ଆରମ୍ଭ ହୋଇ ପାରିଲାନାହିଁ l ମଜୁରିଆ ଠାରୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ହାତବାନ୍ଧି ମୁଣ୍ଡରେ ରଖି ଚିନ୍ତାରେ ବସିଛନ୍ତି l ହେଲେ ଏହାର କାରଣ ଯାହା ବୁଦ୍ଧିଜୀବୀଙ୍କ ମତ ଅନୁସାରେ ଗଣମାଧ୍ୟମକୁ ଖବର ମିଳିଛି ଯେ ଚାଷ ପାଇଁ ବର୍ଷା ସାଜିଛି ଦାଉ,ଆଉ ମୁଲ ମଜୁରୀ ପାଇଁ ସରକାରଙ୍କ ଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ପଇସା ଆସିବା ବିଳମ୍ବ l ତେଣୁ ଚଳିତ ବର୍ଷରେ ଗରିବ ଜନସାଧାରଣ ଓ ଚାଷୀ ହାତବାନ୍ଧି ମୁଣ୍ଡରେ ରଖି ବସିଛନ୍ତି ବୋଲି l ହେଲେ ପ୍ରକୃତିର ତାଣ୍ଡବ ଓ ନୂତନ ସରକାରଙ୍କ କାର୍ଯ୍ୟକଳାପ ମନ୍ଥରତା କନ୍ଧମାଳର ଗରିବ ମୁଲ ମଜୁରିଆ ଓ ଚାଷୀଙ୍କ ଦୁଃଖ ଆବଶ୍ୟକ ପୂରଣ ହୋଇ ପାରିବତ ? ଏବେ ପ୍ରଶ୍ନ ଉଠୁଛି l ସୂଚନା ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ବହୁଳ ଜିଲ୍ଲା ହୋଇଥିବା ବେଳେ ବଣ ପାହାଡ଼ ଘେରରେ ପରିପୂର୍ଣ୍ଣ l ଏଠାରେ କୌଣସି ଶିଳ୍ପ କମ୍ପାନୀ କିମ୍ବା ଆବଶ୍ୟକ ପରିମାଣର ରୋଜଗାର ହେଲାଭଳି ବ୍ୟବସ୍ଥା ନଥିବାରୁ ଏହି ଜିଲ୍ଲାର ଲୋକମାନେ ବର୍ଷ ତମାମ ମୂଲ ମଜୁରୀ ଓ କିଛି ପରିମାଣ ଚାଷ ଉପରେ ନିର୍ଭର କରି ଚଳୁ ଥିବା ବେଳେ ଆଉକିଛି ଜଙ୍ଗଲ ଜାତ ଦ୍ରବ୍ୟରେ ଜୀବିକା ନିର୍ବାହ କରିଥାନ୍ତି l ତେଣୁକରି ୨୦୨୪ ରୁ ୨୦୨୫ ଚଳିତ ମଧ୍ୟରେ ମୂଲ ମଜୁରୀ ସହିତ ବର୍ତମାନର ଚାଷ କାର୍ଯ୍ୟ ମନକୁ ଦୁଃଖର ପ୍ରଭାବ ପକାଇଛି କହିଲେ ଅତ୍ୟୁକ୍ତି ହେବନାହିଁ l ପ୍ରତି ଗ୍ରାମର ଜନସାଧାରଣ ଙ୍କ ପାଟିରୁ ଶୁଣିବାକୁ ମିଳୁଛିଯେ ଏହି ସ୍ଥାନ ପୂରଣ ନ ହେଲେ ଜୀବିକା ମେଣ୍ଟିବାରେ ନିଶ୍ଚିତ କଷ୍ଟସାଧ୍ୟ ହେବ ବୋଲି l ଅନ୍ୟ ପକ୍ଷରେ ଚାଷୀ ତଳି ପକାଇବ କେବେ ଓ କ୍ଷେତରେ ରୁଈବ କେବେ ଏହା ଚଳିତ ବର୍ଷ ଶକ୍ତ ଧକା ହୋଇଛି l ଏହି ସମସ୍ୟାର ସମାଧାନ ପାଇଁ ବିଚାର କରାନଗଲେ ନୂତନ ସରକାରଙ୍କ ଉପରେ ଲୋକଙ୍କ ଭରସା କଣ ରହିବ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ l ଏହି ସମସ୍ୟା ଉପରେ ମହିଳା ମାନେ ଏକତ୍ରିତ ହୋଇ ବୈଠକ ବସି ପ୍ରତିବାଦ ସ୍ୱରୂପ ଆଲୋଚନା ହୋଇଥିବା ଖବର ସଂଗ୍ରହରୁ ଜଣା ପଢ଼ିଛି l

Leave a Reply

Your email address will not be published. Required fields are marked *