ପଲ୍ସର୍ ଆତଙ୍କ ,୨ ଲକ୍ଷ ୭୫ହଜାର ଛଡ଼ାଇ ନେଲେ

କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା କୁଆଳୋ ପଞ୍ଚାୟତ ପରମହଂସ ପୁର ଗ୍ରାମ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ରେ ଏକ ପଲ୍ସର ଯୋଗେ ଦୁଇ ଜଣ ଆସି ଆଉ ଏକ ମଟର ସାଇକେଲ ରେ ଯାଉଥିବା ଜଣେ ପେଟ୍ରୋଲ ପମ୍ପ ର କର୍ମଚାରୀଙ୍କ ଠାରୁ ବନ୍ଧୁକ ଲଗାଇ ଟଙ୍କା ଓ ବ୍ୟାଗ ଛଡ଼ାଇ ନେଲେ। ସୂଚନା ଥାଉକୀ ପରମହଂସ ପୁର ଠାରେ ଥିବା ଦେହୁରୀ ପେଟ୍ରୋଲ ପମ୍ପ ର ମ୍ୟାନେଜର ସଞ୍ଜୟ ,ସେ ଆଜି ରବିବାର ଥିବାରୁ ଶୀଘ୍ର ମାଲିକଙ୍କ ଘରକୁ ୨ ଲକ୍ଷ ୭୫ ହଜାର ଟଙ୍କା ମୋଟର ସାଇକେଲ ଯୋଗେ ଏକ ଏୟାର ବ୍ୟାଗ ରେ ନେଇ ଯାଇଥିଲେ। ଦୁଇଜଣ ଦୁର୍ବୃତ ପଲ୍ସର୍ ଗାଡ଼ିରେ ଆସି ତାଙ୍କୁ ଅଧାକିଲୋମିଟର ପର୍ଯ୍ୟନ୍ତ ସାଇଡ କରି କରି ନେଇ ଏକ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଟ୍ରକ୍ ଠାରେ ତାଙ୍କୁ ଚାପି ଦେଇଥିଲେ। ଫଳରେ ସଂଜୟ ରାସ୍ତାରେ ଖସି ପଡିଥିଲେ। ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାନ୍ଧରୁ ଏୟାର ବ୍ୟାଗ ଟି ଛଡ଼ାଇ ନେଲେ । ସଙ୍ଗେ ସଙ୍ଗେ ଆଖି ପିଛୁଳାକେ କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଗଲେ । ବର୍ତମାନ ବେଶ୍ କିଛି ଦିନ ଅନ୍ତର ପରେ ପଲ୍ସର ଗାଡ଼ି, ବନ୍ଧୁକ, ଭୁଜାଲି, ରାଜରାସ୍ତା ଲୁଟେରା ପୁଣି ଆରମ୍ଭ ହେଲେ। ଯାହାକି ପୋଲିସର ବିଫଳତାକୁ ସୂଚାଇ ଦେଉଛି।

ରିପୋର୍ଟ-ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *