ଗ୍ରାମ୍ୟ ଉନ୍ନୟନ ବିଭାଗର ୨ତି ରାସ୍ତାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକ କଦଳୀପାଳ ଠାରୁ ଏଞ୍ଚୁଡି ରାସ୍ତାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନୁରୂପ ଭାବରେ ସିଆରୀମାଳିଆ ଠାରୁ ଜୟପୁରାକାଟେଣି ରାସ୍ତାର ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ଉଭୟ ରାସ୍ତାର ଶିଳାନ୍ୟାସ କରିଥିଲେ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ।ଏଠାରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଶିବଜ୍ୟୋତି ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ଉଭୟ ରାସ୍ତା ନିର୍ମାଣ ହେଲେ ଅଞ୍ଚଳର ବିକାଶ ହେବ ବୋଲି ମତବ୍ୟକ୍ତ କରିଥିଲେ ।
