ଛୁରା ମାଡରେ ୨ ନାବାଳକ ଗୁରୁତର

ଛୁରା ମାଡରେ ୨ ନାବାଳକ ଗୁରୁତର। ବିଲ ମଧ୍ୟରୁ ଦୂର୍ବୁତ୍ତକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ।ରଘୁନାଥପୁର:-)ରଘୁନାଥପୁର ଥାନା ଚାନ୍ଦପୁର ଗ୍ରାମର ଜନୈକ ଦୃର୍ବୁତ୍ତର ଛୁରା ମାଡରେ ସେହି ଗ୍ରାମର ୨ ନାବାଳକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ସେମାନେ ହେଲେ ଏହି ଗ୍ରାମର ଏନ ମାରାଣ୍ଡିଙ୍କ ପୁଅ ଓମପ୍ରକାଶ ୧୨ ଜେକି ରେଳବାଇ କଲୋନୀରେ ରହୁଛନ୍ତି।ଅନ୍ୟଜଣେ ହେଲେ ମନୋଜ ନାୟକଙ୍କ ପୁଅ ଆକାଶ ୧୪ ଉଭୟ ନିକଟସ୍ଥ ସ୍କୁଲରେ ପାଠ ପଢ଼ୁଛନ୍ତି।ଛୁରା ମାଡରେ ଓମପ୍ରକାଶଙ୍କ ପେଟରେ ଗଭୀର ଆଘାତ ଲାଗିଥିବାବେଳେ ଆକାଶଙ୍କ ବେକରେ ଆଘାତ ଲାଗି ଗୁରୁତର ହାଇପଡ଼ିଛନ୍ତି।୨ ନାବାଳକଙ୍କୁ ପ୍ରଥମେ ରଘୁନାଥପୁର ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ରେଫର କରାଯାଇଛି।ଓମପ୍ରକାଶ ଓ ଆକାଶ ନିକଟସ୍ଥ ଦୋକାନରୁ କୁରୁକୁରେ ନେଇ ଫେରୁଥିବାବେଳେ ହଟାତ ଉକ୍ତ ଗ୍ରାମର ବଟକୃଷ୍ଣ ଦାସଙ୍କ ପୁଅ ନିତ୍ୟାନନ୍ଦ ଓରଫ ବଳିଆ ଏକ ଛୁରୀରେ ୨ ନାବାଳକଙ୍କୁ ଆକ୍ରମଣ କରିଥିଲା।ଗ୍ରାମବାସୀ ପାଟିକରିବାରୁ ବଳିଆ ସେଠାରୁ ଫେରାର ହୋଇଯାଉଥିବା ସମୟରେ ଗ୍ରାମବାସୀ ଗୋଡାଇ ଗୋଡାଇ ବିଲ ମଧ୍ୟରୁ ତାକୁ ଧରିବାକୁ ସକ୍ଷମ ହୋଇଥିଲେ।ପରେ ପୋଲିସ ପହଞ୍ଚି ବଳିଆକୁ ଗିରଫ କରିବା ସହ ତା ପାଖରୁ ଏକ ଧାରୁଆ ଛୁରୀ ଜବତ କରିଥିଲା।ସୂଚନାଯୋଗ୍ୟ କି ନିତ୍ୟାନନ୍ଦ ଓରଫ ବଳିଆ ଗତ ୨୦୧୯ ମସିହାରେ ନିଜ ମାକୁ ନିଶାଦ୍ରବ୍ୟ ସେବନ ପାଇଁ ଟଙ୍କା ମାଗି ନିରାଶ ହେବାରୁ ଏକ ଛୁରୀରେ ନିଜ ମାକୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲା।ଗତ ଦେଢମାସ ତଳେ ଜେଲରୁ ଫେରି ପୁରୀ ସ୍ଥିତ ଏକ ହୋଟେଲରେ କାମ କରୁଥିଲା।ସେଠାରୁ ଚାଲିଆସି ଗତ ୪ ଦିନ ହେଲା ନିଜ ପୈତୃକ ଘରେ ରହୁଥିଲା।ରିପୋର୍ଟ ଲେଖାହେବ ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଏସଆଇ ଯୋଗେଶ୍ୱର ବେହେରା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *