ମେଧାବୀ ସତ୍ୟ ନାଚିକାର ଉଚ୍ଚ ବୈଷୟକ ଶିକ୍ଷା ପାଇଁ ହାତ ବଢାଇଲା ଜିଲ୍ଲା ପ୍ରଶାସନ

ମେଧାବୀ ସତ୍ୟ ନାଚିକାର ଉଚ୍ଚ ବୈଷୟକ ଶିକ୍ଷା ପାଇଁ ହାତ ବଢାଇଲା ଜିଲ୍ଲା ପ୍ରଶାସନ
ରାୟଗଡା-୧୯/୭-ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିନ୍ଦିପଦର ଗ୍ରାମର ମେଧାବୀ ଛାତ୍ର ଆୟୁଷ୍ମାନ ସତ୍ୟ ନାଚିକା ଚଳିତ ବର୍ଷ ଭାରତୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ମାଡ୍ରାସରେ ନାମ ଲେଖିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି l ତାଙ୍କର ବାପା ବଦ୍ରୁ ନାଚିକା ମୃତ୍ୟବରଣ କରିଥିବା ବେଳେ ତାଙ୍କର ମା ଶ୍ରୀମତୀ ସାଲେମl ନାଚିକାଙ୍କ ବୟସlଧିକ ହେତୁ ପରିବାର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସୁଦୂର ମାଡ୍ରାସରେ ଯାଇ ପାଠ ପଢିବା ସମ୍ଭବପର ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ରୟାଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶିବିରରେ ଆର୍ଥିକ ସହାୟତା ପାଇଁ ଆବେଦନ ପତ୍ର ଦାଖଲ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅନୁମୋଦନ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଆୟୁଷ୍ମାନ ସତ୍ୟ ନାଚିକାଙ୍କୁ ୬୦ହଜାର ଟଙ୍କାର ସହାୟତାରାଶି ପ୍ରଦାନ କରିଥିଲେ lସତ୍ୟ ନାଚିକାଙ୍କ ଏହି ଅଭିନବ ଯାତ୍ରା ପାଇଁ ଜନସାଧାରଣ ଓ ପ୍ରଶାସନ ପକ୍ଷରୁ ଅଭିନନ୍ଦନ ଜଣାଇଦିଆଯାଇଛି ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *