ମିଟର ଚେକିଙ୍ଗ ଆଳରେ ମହିଳାକୁ ବଳାତ୍କାର ଉଦ୍ୟମ
ମିଟର ଚେକିଙ୍ଗ ଆଳରେ ମହିଳାକୁ ବଳାତ୍କାର ଉଦ୍ୟମ,ମାଡ ଖାଇ ବନ୍ଧା ହେଲେ ବିଦ୍ୟୁତ କର୍ମଚାରୀ
ଜଗତସିଂହପୁର-୨୦/୭-(ସ୍ବପ୍ର) ମିଟର ଦେଖିବାକୁ କହି ଘରେ ପଶିଲା।ମହିଳାକୁ ଏକୁଟିଆ ଦେଖି ବଳାତ୍କାର ଉଦ୍ୟମ କଲା।ମହିଳାଙ୍କ ପାଟି ଶୁଣି ଗାଁ ଲୋକେ ଓ ପରିବାର ଦୌଡ଼ି ଆସିଲେ।ବିଦ୍ୟୁତ କର୍ମଚାରୀ କୁ ବାନ୍ଧିବା ସହ ଉତ୍ତମ ମଧ୍ୟମ ମଧ୍ୟ୍ୟ ଦେଲେ।ଏ କଥା ଆମେ କହୁନୁ, ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଅଭିଯୋଗ କାରିଣୀ ମହିଳା।
ଖବର ପାଇ ଘଟଣା ସ୍ଥଳରେ ତିର୍ତୋଲ ପୋଲିସ ପହଂଚି ବିଦ୍ୟୁତ କର୍ମଚାରୀକୁ ଉଦ୍ଧାର କରି ଥାନାକୁ ଆଣିଥିଲେ।ଅଭିଯୋଗ କାରି ମଧ୍ୟ ଥାନାରେ ପହଞ୍ଚିଥିଲେ।ଅଭିଯୋଗ କାରିଣୀ ଓ ତାଙ୍କ ସ୍ୱାମୀ ଅଭିଯୋଗ ପାଇଁ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ଥାନାରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ସାଧା ପୋଷାକ ରେ ଥିବା ଜଣେ ଥାନା ବାବୁ ନାଲି ଆଖି ଦେଖାଇ କହିଲେ ହେ ତୁ କୁଆଡେ ଆସିଛୁ। ୟାକୁ ଭିତରେ ପୁରାଇ ଦିଅ କହି ଧମକାଇ ଥିଲେ। ପୀଡିତା ମହିଳା ଜଣକ ନ୍ୟାୟ ପାଇଁ ଥାନାର ହୋଇଥିବା ବେଳେ ଥାନା କର୍ମଚାରୀଙ୍କ ଦୁର୍ବ୍ୟବହାର କେତେ ଦୂର ଯଥାର୍ଥ ଏଠି ପ୍ରଶ୍ନ ଉଠୁଛି। ଯଦି ମହିଳାମାନେ ନ୍ୟାୟ ପାଇଁ ଥାନାକୁ ଆସି ଦୁର୍ବ୍ୟବହାର ର ଶିକାର ହେବେ ତେବେ ସେମାନେ ପ୍ରାଥମିକ ଅଭିଯୋଗ ଫର୍ଦ କାହାକୁ ଦେଵେ।
ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ପୋତାନଈ ପଞ୍ଚାୟତ ପୋତାନଈର ପଡା ଗ୍ରାମ କୋଠିଆ ସାହିରେ।ସୂଚନା ଅନୁଯାୟୀ ତିର୍ତୋଲ ବ୍ଲକ ଅଧୀନ ଓଳଗଦା ଗ୍ରାମର ପ୍ରଶାନ୍ତ ମଲ୍ଲିକ ଆଖଣ୍ଡଳମଣି ଠିକା ସଂସ୍ଥାର ବିଦ୍ୟୁତ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ରାହାମା ବିଦ୍ୟୁତ ଉପଖଣ୍ଡ ଅଧୀନ ରେ ଥିବା ବାଇଳ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି ପ୍ରଶାନ୍ତ ମଲ୍ଲିକ ନାମକ ବିଦ୍ୟୁତ କର୍ମଚାରୀ।ଶନିବାର ମଧ୍ୟାହ୍ନ ସମୟରେ ମହିଳାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ମିଟର ଦେଖିବା ଆଳରେ ବିଦ୍ୟୁତ କର୍ମଚାରୀ ଜଣକ ଘରେ ପଶି ବଳାତ୍କାର ଉଦ୍ୟମ କରୁଥିବା ବେଳେ ପାଟି ଶୁଣି ଗାଁ ଲୋକେ ଓ ପରିବାର ପହଂଚି ବିଦ୍ୟୁତ କର୍ମଚାରିକୁ ଅଟକ ରଖିବା ସହ ପୋଲିସ କୁ ଖବର ଦେଇଥିଲେ।ପୋଲିସ ଉଭୟଙ୍କୁ ଥାନାକୁ ଡକାଇ ଡାକ୍ତରୀ ପରୀକ୍ଷା କରାଇ ତଦନ୍ତ ଜାରି ରଖିଛି।
ଅନ୍ୟ ପକ୍ଷରେ ବିଦ୍ୟୁତ ବିଭାରର ଅଧିକାରୀମାନଙ୍କ ସହ କର୍ମଚାରୀ ମାନେ ଥାନାରେ ପହଂଚି ମହିଳା ଓ ତାଙ୍କ ସ୍ୱାମୀ ଙ୍କ ନାମରେ ପ୍ରଥମେ ଅଭିଯୋଗ କରିଥିବା ଜଣା ପଡିଛି। ବିଦ୍ୟୁତ ବିଭାଗ ଅଧିକାରୀ ଗଣ ମାଧମ କୁ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ଶୁଣିବାକୁ ମିଳୁଛି କି ମିଟର ଟ୍ୟାମ୍ପ ରିଂ ଯୋଗୁଁ ପୂର୍ଵରୁ ଫାଇନ କରାଯାଇଥିଲା। ପୂର୍ବ ଆକ୍ରୋଶ ରଖି ମହିଳା ଜଣକ ଘରକୁ ଡକାଇ ମିଥ୍ୟା ଆରୋପ ଲଗାଇ ଲୁହା ଜଞ୍ଜିରରେ ଦୁଇ ଗୋଡ଼କୁ ବାନ୍ଧି ମାଡ ମାରିଛନ୍ତି।
