ତାରପୁର ବାନାମ୍ବାର ଘାଟରୁ ପାଣି ଉଠାଇଲେ ୧୦ ହଜାର କାଉଡ଼ିଆ

ତାରପୁର ବାନାମ୍ବାର ଘାଟରୁ ପାଣି ଉଠାଇଲେ ୧୦ ହଜାର କାଉଡ଼ିଆ।
ରଘୁନାଥପୁର:- ଶ୍ରାବଣ ମାସ ଦ୍ଵିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ ରଘୁନାଥପୁର ବ୍ଲକ ତାରପୁର ମହାନଦୀ କୂଳ ସ୍ଥିତ ବାନାମ୍ବର ଘାଟରୁ ୧୦ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ପାଣି ଉଠାଇଛନ୍ତି।ରବିବାର ସକାଳୁ ଘାଟକୁ ମାନସିକଧାରୀଙ୍କ ଆଗମନ ହୋଇଥିଲା।ଅପରାହ୍ନରେ ଏହା କ୍ରମଶଃ ବୃଦ୍ଧି ପାଇଥିଲା। କାଉଡିଆମାନେ ଦୁଇ କାନ୍ଧରେ କଳସ ରଖି ମହାନଦୀରେ ବୁଡ଼ି ପାଣି ଆଣିବା ପରେ ଏହାକୁ ପୂଜାର୍ଚ୍ଚନା କରିଥିଲେ। ପରେ ବାନାମ୍ବର ମହାଦେବଙ୍କ ଚତୁର୍ପାର୍ଶ୍ଵରେ ପ୍ରଦିକ୍ଷଣ କରି ଯେଝା ଜେଝାର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ।ଏଠାରୁ ପାଣିନେଇ ଶ୍ରଦ୍ଧାଳୁ କାଉଡିଆମାନେ ପ୍ରଭୁ ଗୋରେଖନାଥ,ଅଷ୍ଟଶମ୍ଭୁ,ରୁଦ୍ରେଶ୍ୱର,ନୀଳକଣ୍ଠେଶ୍ଵର,ସର୍ପେଶ୍ୱର, ଇଶାଣେସ୍ୱର ଓ ଅନ୍ୟାନ୍ୟ ଶୈବପୀଠକୁ ଯାତ୍ରା କରିଥିଲେ। ଭିଡକୁ ଦୃଷ୍ଟିରେ ରଖି ପାଣିଉଠା ସ୍ଥଳରେ ରଘୁନାଥପୁର ଥାନା ପୋଲିସ ଓ ଫାୟାର ଅଫିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା।ଏହାଛଡା ତାରପୁର ବାଇପାସ ଠାରୁ ଜଇପୁର ଛକ ପର୍ଯ୍ୟନ୍ତ କାଉଡିଆଙ୍କ ଲମ୍ବା ଲାଇନ ଲାଗିଥିବା ୫ କିମି ରାସ୍ତା ପ୍ରତି ପୋଲିସ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିଲା।ଘାଟ କମିଟି ପକ୍ଷରୁ ବିଷ୍ଣୁ ବିଶ୍ବାଳ, ବିପିନ ବିହାରୀ ଦାଶ, ଅକ୍ଷୟ କୁମାର ଦଳାଇ, ମଧୁସୂଦନ ସାହୁ, ପ୍ରତାପ ଚନ୍ଦ୍ର ରାଉତ, ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ ଯୋଗାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *