କୃଷ୍ଣଚନ୍ଦ୍ର କ୍ଳବ୍, ନୟାଗଡ଼ର ୯୯ ତମ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ ତା ୨୧.୭.୨୦୨୫ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ନୟାଗଡ଼ର ଐତିହ୍ୟ ସମ୍ପର୍ଣ୍ଣ ମର୍ଯ୍ୟାଦା ବହନ କରୁଥିବା କୃଷ୍ଣଚନ୍ଦ୍ର କ୍ଳବ୍ ତାର ୯୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି | ଇତ୍ୟବସରରେ କ୍ଳବ୍ ମୁଖ୍ୟସଭା ଗୃହରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଓ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ଏସଡିପିଓ ଡ ଜ୍ୟୋତିରଂଜନ ସାମନ୍ତରାୟ,କ୍ଳବ୍ ର ସଭାପତି ଭାଗିରଥି ଦାସ ସଭାପତିତ୍ବ କରିଥିବାବେଳେ ମଞ୍ଚ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସମ୍ପାଦକ ତଥା କ୍ରୀଡାବିତ ସଂଗ୍ରାମ କେଶରୀ ଗୁମାନସିଂ ବିବରଣୀ ପାଠ କରିଥିଲେ | ମଞ୍ଚରେ ଉପସ୍ଥିତ ଥିଲେ ଉପସଭାପତି ଭବାନୀଶଙ୍କର ଦାସ,ସହ ସମ୍ପାଦକ ଚନ୍ଦନ ମହାପାତ୍ର ଓ କୋଷାଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର |

ପ୍ରତିବର୍ଷ ଭଳି ଏବର୍ଷ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେ଼ଇ ବକ୍ତୃତା,କୁଇଜ୍ , ଚିତ୍ରାଙ୍କନ, ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ମଛ ଖଣ୍ଡ ପୁରସ୍କାର ବିତରଣ କରିଥିଲେ | ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବିତର୍କ ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସପ୍ତମ ଶ୍ରେଣୀ ମେଧାବୀ ଛାତ୍ରୀ ନୟାଗଡ଼ର କୁନି ପ୍ରତିଭା ତଥା ନୟାଗଡ଼ର ଗର୍ଵ ଓ ଗୌରବ ବିଶ୍ୱବିଜିତା ମହାନ୍ତିଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି | ଚାରିଗୋଟି ପର୍ଯ୍ୟାୟ ର ବିଭିନ୍ନ ବିଷୟ ଗୁଡ଼ିକୁ ଅତିଚାମତ୍କର ଢଙ୍ଗରେ ଉପସ୍ଥାପନା ଶୈଳୀରେ ମନ୍ତ୍ରମୁଗ୍ଧ କରିଥିଲେ ଛାତ୍ରୀ ବିଶ୍ଵବିଜିତା ଓ ସମସ୍ତଙ୍କ ହୃଦୟ ଜୟ କରିଥିଲେ | ଉପସ୍ଥିତ ଅତିଥି,କ୍ଲବ୍ର କର୍ମକର୍ତ୍ତା ଓ ଜନସାଧାରଣ ମୁଖ୍ୟଅତିଥି ବିଶ୍ୱବିଜିତାଙ୍କୁ ଆଶୀର୍ବାଦ ଅନେକପ୍ରଦାନ କରିଥିଲେ ଏବଂ କହିଥିଲେ ନୟାଗଡ଼ ତୁମଠରୁ ଆହୁରି ବହୁତ କିଛି ଆଶାକରେ | ଏଭଳି କାର୍ଯକ୍ରମ କ୍ଳବ୍ ଦ୍ଵାରା କାଯାଉଥିବବାରୁ ଭୂୟସୀ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଉପଦେଶ|ତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ ମୁଖ୍ୟଅତିଥି | କେ.ସି କ୍ଳବ୍ ଏଭଳି କାର୍ଯ୍ୟକ୍ରମକୁ ଜନସାଧାରଣ ସ୍ବାଗତ କରିବା ସହିତ ନୟାଗଡ଼ ଜିଲ୍ଲାରେ ଉତ୍ସାହ ଖେଳିଯାଇଛି | ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା |
