କେନ୍ଦ୍ରୀୟ ଗୁଣବତ୍ତା ଯାଞ୍ଚ ଟିମର ପରିଦର୍ଶନ
*କେନ୍ଦ୍ରୀୟ ଗୁଣବତ୍ତା ଯାଞ୍ଚ ଟିମର ପରିଦର୍ଶନ* ନୟାଗଡ ବ୍ଲକ ଅଧୀନରେ ଥିବା ଚମ୍ପତ୍ତିପୁରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କେନ୍ଦ୍ରକୁ ଭାରତ ସରକାରଙ୍କ ଏକ ଦୁଇ ଜଣିଆ ଗୁଣବତ୍ତା ଯାଞ୍ଚ ସମ୍ବଧୀୟ କେନ୍ଦ୍ରୀୟ ତଦାରଖମଣ୍ଡଳୀ ପରିଦର୍ଶନରେ ଆସିଥିଲେ । ଏଥିରେ ଦିଲ୍ଲୀରୁ ଡାକ୍ତର ହର୍ଷ ଶ୍ରୀବସ୍ତବ ଓ ଆନ୍ଧ୍ରପ୍ରଦେଶରୁ ଡାକ୍ତର ଭି ଅର୍ଚନା ସାମିଲ ଅଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ଵାରା ଯୋଗାଇ ଦିଆଯାଉଥିବା ସେବା ସମୂହକୁ ଟିକି ନିକି ଯାଞ୍ଚ କରିଥିଲେ । ସମ୍ପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ଯଥା ପ୍ରସୂତି ଓ ଗର୍ଭବତୀମାନଙ୍କୁ ପ୍ରଦାନ କରାଯାଉଥିଆ ସେବା, ମଧୁମେହ, ଯକ୍ଷ୍ମା, ମାଲେରିଆ, କୁଷ୍ଠ, କ୍ୟାନସର, ଗଳା, କର୍ଣ୍ଣ, ନାଶା ଆଦି ରୋଗରେ ରୋଗୀକୁ ପ୍ରଦାନ କରାଯାଉଥିବା ପରାମର୍ଶ ସେବା ଓ ଔଷଧ ବିତରଣ ଉପରେ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରିଥିଲେ । ତତସହିତ ପାରିପାର୍ଶ୍ଵିକ ସ୍ଵଚ୍ଛତା ଉପରେ ସନ୍ତୋଷ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ନୟାଗଡ ଜିଲ୍ଲାରେ ପ୍ରଥମ ଥର ପାଉଁ ଚମ୍ପତ୍ତିପୁରସ୍ଥି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଏହି ଟିମ ପରିଦର୍ଶନ କରିଛନ୍ତି । ଏଥିରେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀଣୀ ଡାକ୍ତର ପୁଷ୍ପା ନୀଳିମା ଲାକ୍ରା, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଜ୍ଞାନଜ୍ୟୋତି ଦାଶ, ଡାକ୍ତର ଦେବୀଦତ ଦିବ୍ୟରଞ୍ଜନ ମିଶ୍ର, ସରପଞ୍ଚ ଅମର ପ୍ରସାଦ ସାଥୁଆ, ଜିଲ୍ଲା ଗୁଣବତ୍ତା ଅଧିକାରୀ ସନତ କୁମାର ମହାପାତ୍ର, ଆଶୁତୋଷ ଲେଙ୍କା, କ୍ରିଷ୍ଣା ପ୍ରିୟା ଆଲିଆ, ଦୀପକ ଦଳବେହେରା, ନିବେଦିତା ପ୍ରଧାନ, ସୁରେନ୍ଦ୍ର ପ୍ରଧାନ,ମମତା ବିଷୋୟୀ, ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଓ ସମସ୍ତ ସ୍ବାସ୍ଥ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।
