ଖବର ପ୍ରକାଶ ପରେ ଚୋରି ହୋଇଥିବା ଜାଗାରେ ଲାଗିଲା ଟ୍ରାନ୍ସଫର, ଅନ୍ଧାରରୁ ମୁକ୍ତି ପାଇଲେ ଗ୍ରାମବାସୀ

ଫୁଲବାଣୀ:-୨୧/୦୭ (ରିପୋର୍ଟ- ବୈଦ୍ୟନାଥ ବେହେରା,କନ୍ଧମାଳ )କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ଦୁଇଟି ଗାଁ ଦୁତିମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ପୁରୁଣା ପଦର ଗ୍ରାମର ୮ତାରିଖରେ ଓ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ବାଡ଼ିଗୁଡା ଗ୍ରାମର ୧୦ ତାରିଖରେ ବିଦ୍ୟୁତ ସଂଯୋଗ ହୋଇଥିବା ଟ୍ରାନ୍ସଫର ଦୁର୍ଭୁତ ମାନେ ଚୋରିକରି ନେଇଯିବାରୁ ଦୁଇଟି ଗ୍ରାମର ପାଖାପାଖି ୬୦ ପରିବାର ଅନ୍ଧାରରେ ରାତି ବିତାଉଥିଲେ ଓ ବର୍ଷାଦିନ ହୋଇଥିବାରୁ ବହୁ ଆଶଙ୍କାରେ ରହୁଥିଲେ l ଏନେଇ ତୀର୍ଥକ୍ଷେତ୍ର ରେ ଖବର ପ୍ରକାଶ ହୋଇଥିଲା l ଏହି ୨ ଗ୍ରାମକୁ ଟ୍ରାନ୍ସଫର ଯୋଗାଇଦେଇ ଗ୍ରାମବାସୀଙ୍କୁ ଅନ୍ଧାରରରୁ ମୁକ୍ତ କରିବାକୁ କନ୍ଧମାଳ ଜିଲ୍ଲା ସମିତିସଭ୍ୟ /ସଭ୍ୟା ମହାସଂଘର ସଭାପତି ବୈଦ୍ୟନାଥ ବେହେରା ଗଣମାଧ୍ୟମ ଦ୍ୱାରା ଜିଲ୍ଲା ପ୍ରଶାସଙ୍କୁ ନିବେଦନ କରିଥିଲେ ଅନ୍ୟ ପକ୍ଷରେ ଖଜୁରୀପଡ଼ା ସାଉଥକୋ ବିଭାଗ ଯନ୍ତ୍ରୀ ସୂଚିତ୍ର ବିଶୋଇ ମଧ୍ୟ ଡାକବାଜି ଯନ୍ତ୍ର ଦ୍ୱାରା ଚୋରି ରୋକିବାକୁ ଓ ଚୋର ମାନଙ୍କ ପ୍ରତି ସତର୍କ ଦୃଷ୍ଟି ଦେବାକୁ ସଚେତନତା ବାର୍ତ୍ତା ଦେଇଥିଲେ l ଯାହାହେଉ ପ୍ରଶାସଙ୍କ ହୃଦବୋଧ କରି ଟ୍ରାନ୍ସଫର ୨ ଗ୍ରାମରେ ଲଗାଇବାକୁ ନିର୍ଦେଶ ଦେଇଥିବାରୁ ସୋମବାର ଦିନ ଟ୍ରାନ୍ସଫର ସଂଯୋଗ କରାଯାଇ ଅନ୍ଧାରକୁ ମୁକ୍ତ କରାଯାଇଛି l ଲୋକଙ୍କ ମନରେ ଖୁସି ଆସିଥିବାରୁ ଜିଲ୍ଲା ସମିତିସଭ୍ୟ /ସଭ୍ୟା ମହାସଂଘ ସଭାପତି ଶ୍ରୀ ବେହେରା ଜିଲ୍ଲା ପ୍ରଶାସନକୁ ଓ ବିଦ୍ୟୁତ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି l କିନ୍ତୁ ଦୁଃଖର କଥାଯେ ପୋଲିସ ବିଭାଗକୁ ଏବାବଦରେ ଅଭିଯୋଗ ଦିଆଯାଇଥିଲେ ସୁଧା ଟ୍ରାନ୍ସଫର ଚୋରି ଦୁର୍ଭୁତ ମାନଙ୍କୁ ଏ ପର୍ଯ୍ୟନ୍ତ ଧରିପାରି ନାହିଁ l ଆଗକୁ ଏଭଳି ଜେମିତି ଆଉ ନ ହେବାକୁ ସେଥିପାଇଁ ପୋଲିସ ବିଭାଗ ସତର୍କ ଦୃଷ୍ଟି ଦେବାକୁ ଓ ବେଳେ ବେଳେ ଗ୍ରାମାଞ୍ଚଳ ଗୁଡ଼ିକୁ ପେଟ୍ରୋଲିଙ୍ଗ କରିବାକୁ ପୋଲିସ ବିଭାଗକୁ ସାଧାରଣରେ ଦାବି କରାଯାଉଛି l

Leave a Reply

Your email address will not be published. Required fields are marked *