ଭଉଁ ରିଆ ସେତୁ ଉପରେ ଭାରି ଯାନ ଚଳାଚଳ ଉପରେ ପ୍ରତିବନ୍ଧକ

ଭଉଁ ରିଆ ସେତୁ ଉପରେ ଭାରି ଯାନ ଚଳାଚଳ ଉପରେ ପ୍ରତିବନ୍ଧକ।ପୁରୀ ୨୫/୭ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷକ ଯନ୍ତ୍ରୀ ନିମାପଡ଼ା ଙ୍କ ଦ୍ଵାରା ଦାଖଲ କରାଯାଇଥିବା ରିପୋର୍ଟକୁ ବିଚାର କରି, ସୁରକ୍ଷା ଦୃଷ୍ଟିକୋଣରୁ ଅସ୍ତରଙ୍ଗରୁ ପାଟସୁନ୍ଦରପୁର ରାସ୍ତାର “ଭଉଁରିଆ ନାଳ (ପୁରୁଣା ସେତୁ) H.L ସେତୁ” ପରେ ଭାରୀ ଯାନବାହାନ ଚଳାଚଳକୁ ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତୁରନ୍ତ ପ୍ରତିବନ୍ଧକ ଲଗାଇଛନ୍ତି।ସାଧାରଣ ଜନତା ସୁରକ୍ଷା ଦୃଷ୍ଟି ରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ପୁରୁଣା ସେତୁ ଦେଇ ଭାରୀ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ସ୍ଥାନରେ ଆବଶ୍ୟକୀୟ ସାଇନେଜ୍ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *