ପୂର୍ବତନ ସରପଞ୍ଚ ଙ୍କ ବାପା ଉପରକୁ ବୋମାମାଡ ସହିତ ଗୁଳିମାଡ,ଅନ୍ୟ ଜଣେ ଆହତ

ଗଞ୍ଜାମ ଶେରଗଡ ଥାନା ସୁନାନ୍ତର ଗ୍ରାମରେ ଆଜି ବୋମାମାଡ ସହିତ ଗୁଳି ମାଡ ହୋଈଥିବା ଜଣାପଡିଛି।ନିରଞ୍ଜନ ଜେନା (କାଳିଆ) ନିଜ ଘର ସମ୍ମୁଖରେ ଥିବା ପୋଖରୀ କୂଳରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଶେରଗଡ ପଟୁ 3 ଟି ବାଈକରେ 9 ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନ ଙ୍କୁ ଲକ୍ଷ୍ୟ କରି 5 ରୁ 6 ଟି ବୋମାମାଡ କରିଥିଲେ। ବୋମାମାଡ ଦେଖି ନିରଞ୍ଜନ ଦୌଡିବା ଫଳରେ ପଛରୁ ଦୁର୍ବୃତ୍ତ ମାନେ ଗୁଳିମାଡ କରିଥିଲେ। ଏହି ଗୁଳିମାଡରେ ନିରଞ୍ଜନ ଆହତ ହୋଈଥିବା ଜଣାପଡିଛି। ବୋମାମାଡ ଓ ଗୁଳିମାଡ଼ ଶବ୍ଦ ଶୁଣି ନିରଞ୍ଜନ ଙ୍କ ପୁତୁରା ମନୁ ଆସି ଦୁର୍ବୃତ୍ତ ଙ୍କୁ ପିଛା କରୁଥିବା ବେଳେ ଦୁର୍ବୃତ୍ତ ମାନେ ମନୁ ଙ୍କୁ ଲକ୍ଷ୍ୟ କରି ବୋମାମାଡ କରିବା ଫଳରେ ମନୁ ମଧ୍ୟ ଆହତ ହୋଈଥିବା ଜଣାପଡିଛି।

ବୋମାମାଡ ଓ ଗୁଳିମାଡ ପରେ ଦୁର୍ବୃତ୍ତ ମାନେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଈଯାଈଥିବା ବେଳେ ନିରଞ୍ଜନ ଙ୍କୁ ଗ୍ରାମବାସୀ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡ଼ିକାଲ କୁ ନେଈଥିବା ଜଣାପଡିଛି। କେଉଁ କାରଣରୁ ଆକ୍ରମଣ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ।ଘଟଣା ସ୍ଥଳରେ ଗଞ୍ଜାମ ଏସପି ଶୂଭେନ୍ଦୁ କୁମାର ପାତ୍ର, ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା, ହିଞ୍ଜିଳି ଥାନାଧିକାରୀ ଶ୍ରୀନିବାସ ସେଠି, ଙ୍କ ସହିତ ଶେରଗଡ ଥାନା ର ଏଏସଆଇ କୃଷ୍ଣ ଚନ୍ଦ୍ର ଦାସ,ସମୀର କୁମାର ସୁନା ଙ୍କ ସହିତ ପୋଲିସ ଉପସ୍ଥିତ ରହି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *