ଅବୈଧ ଖଇର କାଠ ଚାଲାଣ

ଅବୈଧ ଖଇର କାଠ ଚାଲାଣ କାର୍ଯ୍ୟରେ ଜଡିତ ଜଣେ କୋର୍ଟ ଫରୱାର୍ଡ ଓ ଛତିଶଗଡ଼ Pick-up ଜବତ।
ତାରିଖ ୨୪.୦୭.୨୦୨୫, ମିଳିତ ପଟ୍ରୋଳିଂ ବନ ବିଭାଗ ଓ OFBL ଷ୍ଟାଫ ମାନେ କରୁଥିଲେ, ସେଇ ସମୟ ରେ ଦେଖିଥିଲେ ଯେ କିଛି ଲୋକ , ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବରେ କାଟି ଖଇର କାଠ Pick-up ରେ ଲଦୁଥିଲେ।
ବନ ବିଭାଗ ଷ୍ଟାଫଙ୍କୁ ଦେଖି ସେମାନେ ପଳାଇବାକୁ ଚେଷ୍ଟା କଲେ ମଧ୍ୟ, ବନ କର୍ମଚାରୀମାନେ ସଜାଗ ଦୌଡ଼ି ଜଣଙ୍କୁ ଧରିପାରିଛନ୍ତି। ୧୦ Qunutal ଖଇର କାଠ ଶହ Pick-up ଜବତ ହୋଇଛି।

ଧରାପଡ଼ିଥିବା ଲୋକ ହେଲେ ସନ୍ନ୍ୟାସୀ ମିର୍ଦ୍ଧା ,ସମଚୁଆଁ, ଗଣ୍ଡପତ୍ରପଳି ଗ୍ରାମର ବାସିନ୍ଦା। ବନ ବିଭାଗ ସେମାନଙ୍କୁ ଓଡ଼ିଶା ଜଙ୍ଗଲ ଆଇନ ଅନୁଯାୟୀ ଗିରଫ କରି ୨୫.୦୭.୨୦୨୫ ତାରିଖରେ କୋର୍ଟକୁ ଚାଲାଣ କରିଛି।

ଏହି ଲୋକ ଲମ୍ବା ସମୟ ଧରି କାଠ ଚୋରି ଓ ଚାଲାଣ କାର୍ଯ୍ୟରେ ସମ୍ପୃକ୍ତ ଥିବା ବୋଲି ଶକ୍ତ ଅନୁମାନ ରହିଛି। ଏହି ଘଟଣା ସଂପର୍କରେ ଟିଟିଲାଗଡ ରେଞ୍ଜରେ କେସ ପଞ୍ଜିକୃତ ହୋଇଛି ଓ ଆଗାମୀ ଅନୁସନ୍ଧାନ ଜାରି ରହିଛି ବୋଲି ରେଞ୍ଜ ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ତଥ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *