ବ୍ରହ୍ମପୁର ପୂର୍ବ ସୈନିକ ସଂଗଠନ ପକ୍ଷରୁ କାର୍ଗିଲ ବିଜୟ ଦିବସ

ବ୍ରହ୍ମପୁର ପୂର୍ବ ସୈନିକ ସଂଗଠନ ପକ୍ଷରୁ କାର୍ଗିଲ ବିଜୟ ଦିବସ ସହିଦ୍ ଶ୍ରିନିବାସ ପାତ୍ର ଙ୍କ ଜନ୍ମ ସ୍ଥାନ ଜଗଦଳପୁର ଠାରେ ପାଳିତ ହୋଇଛି l ପୂର୍ବ ସୈନିକ ସଂଗଠନ ଏକ ବାଇକ୍ ରେଲି ଲୋଚାପଡା,ଧୋବାନାଳ ନିକଟରୁ ବାହାରି ଜଗଦଳପୁରରେ ପହଞ୍ଚି ସହିଦ୍ ଏସ.ଶ୍ରୀନିବାସ ପାତ୍ର ଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଗଞ୍ଜାମରେ ସୈନିକ ସ୍କୁଲ ପ୍ରତିଷ୍ଠା ସହ ପୂର୍ବ ସୈନିକ ସଂଗଠନ ନିମନ୍ତେ ଏକ ଗୃହ ସ୍ଥାପନା ପାଇଁ ସରକାର ଙ୍କ ଠାରେ ଅନୁରୋଧ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଙ୍ଗଠନର ସଭାପତି କାଳୁ ଚରଣ ପ୍ରଧାନ,ଉପସଭାପତି ନିକୁଞ୍ଜ ବିହାରୀ ପ୍ରଧାନ,ସମ୍ପାଦକ ଅଭୟ ଚରଣ ପାତ୍ର ସମେତ ସଙ୍ଗଠନର ସଦସ୍ୟ ଶିବ ଶଙ୍କର ମାଝୀ,ଭାଗିରଥି ପ୍ରଧାନ ସମେତ ଗଞ୍ଜାମ ଜିଲ୍ଲାର ୨୦୦ ରୁ ଉର୍ଦ୍ଧ ଭୂତ ପୂର୍ବ ସୈନିକ ଉପସ୍ଥିତ ରହି ସହିଦ୍ ଏସ.ଶ୍ରୀନିବାସ ପାତ୍ର ଙ୍କ ସ୍ମୁତି ଚାରଣ କରିଥିଲେ l

Leave a Reply

Your email address will not be published. Required fields are marked *