ବାସୁଦେବପୁର ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ
ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଛି। ଏହି ସ୍ୱାସ୍ଥ୍ୟ ମେଳା ବାସୁଦେବପୁର ବ୍ଲକ 36ଟା ପଞ୍ଚୟାତ ଓ ବାସୁଦେବପୁର ପୌରପାଳିକା23 ଟି ୱାର୍ଡ ରୁ ଜନସାଧରଣ ମାନେ ଭାଗ ନେଇ ବିଭିନ୍ନ ପ୍ରକାର ରୋଗ ପାଇଁ ମାଗଣାରେ ଔଷଧ ନେଇଥିଲେ ଓ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅବସର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଯୋଗ ଦାନ ଦେଇଥିଲେ। ଭଦ୍ରକ ଜିଲ୍ଲା ର ଜିଲ୍ଲାପାଳ , ତ୍ରିଲୋଚନ ମାଝୀ,ଭଦ୍ରକ ଜିଲ୍ଲା ସି,ଡି,ଏମ ଭଦ୍ରକ ସାଂସଦ ,ମଞ୍ଜୁଲତା ମଣ୍ତଳ, ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ,ମଣ୍ତଳ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ,ବାସୁଦେବପୁର ପୌରପାଳିକା ଅଧ୍ୟକ୍ଷ ନିବେଦିତା ବେହେରା , ଓ ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ଵାଳ ,ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ବିଭାଗ୍ୟ ଅଧିକାରୀ,ଡକ୍ଟର ସୁଶାନ୍ତ ସାମନ୍ତ, ଓ ଡକ୍ଟର ଆଦିତ୍ୟ ନାରାୟଣ ପାଲ, ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚରୀମାନେ ଯୋଗଦାନ ଦେଇ ସଫଳ କରିଛନ୍ତି।
ରିପୋର୍ଟ- ପୁନିଲ କୁମାର ସାମନ୍ତ , ଭଦ୍ରକ
