ଅସହାୟ ମହିଳାଙ୍କ ଅସ୍ତ୍ରୋପଚାର

ନୟାଗଡ଼-୧୭/୦୬ ଅନନ୍ୟା ଫାଉଣ୍ଡେସନ୍ ଫାଉଣ୍ଡେସନ ତରଫରୁ ନୟାଗଡ଼ ବ୍ଲକ ଗମ୍ଭାରୀଡ଼ିହି ପଂଚାୟତର କୃଷ୍ଣାଦେଇପୁର ଗ୍ରାମର ରଶ୍ମିତା ଦୀକ୍ଷିତଙ୍କ ଅସ୍ତ୍ରୋପଚାର ପାଇଁ ସହଯୋଗ କରାଯାଇଛି। ରଶ୍ମିତା ଦୀକ୍ଷିତଙ୍କ ସ୍ୱାମୀ ପ୍ରଫୁଲ୍ଲ ନନ୍ଦ ଜଣେ ପୂଜାରୀ। ରଶ୍ମିତାଙ୍କ ପେଟ ଦୀର୍ଘ ତିନି ମାସ ହେଲା ଅସ୍ୱାଭାବିକ ଭାବେ ବଢିବାକୁ ଲାଗିଥିଲା। ସ୍ଵାମୀଙ୍କ ରୋଜଗାର ସ୍ୱଳ୍ପ ଥିବା ହେତୁ ଓ ସ୍ୱାମୀ ଚିକିତ୍ସା ପାଇଁ ସେତିକି ସଚେତନ ନଥିବାରୁ ରଶ୍ମିତା କଷ୍ଟ ଭୋଗିବା ସହ ମୃତ୍ୟୁର ଦ୍ୱାର ଦେଶରେ ପହଁଚି ସାରିଥିଲେ। ରଶ୍ମିତାଙ୍କ ଦୁଇଟି ଥିବା ଯୋଗୁଁ କଷ୍ଟ ହେଲେ ମଧ୍ୟ ବାଧ୍ୟବାଧ୍ୟକତାରେ ଘର କାମ କରୁଥିଲେ। ଯାହା ତାଙ୍କ ପକ୍ଷେ କଷ୍ଟସାଧ୍ୟ ଥିଲା। କିନ୍ତୁ ଏଥିପାଇଁ ନାଚାର ଥିବା ରଶ୍ମିତା ଭାଗ୍ୟକୁ ଆଦରି ଏ ସବୁ ଜାରି ରଖିଥିଲେ। ଏ ଖବର ଅନନ୍ୟା ଫାଉଣ୍ଡେସନ ପାଖରେ ପହଞ୍ଚିବା କ୍ଷଣି ଅନନ୍ୟା ଫାଉଣ୍ଡେସନ ତତ୍ପରତା ଦେଖାଇଥିଲା। ବ୍ୟାଧିର ସ୍ଥିତିକୁ ପରଖି କାଳ ବିଳମ୍ବ ନକରି ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲକୁ ରଶ୍ମିତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ। ପରେ ଦୁଇଟି ବିଭାଗର ଡାକ୍ତରଙ୍କ ମିଳିତ ପ୍ରୟାସରେ ଦୀର୍ଘ ଦଶ ଦିନରୁ ଉର୍ଦ୍ଧ୍ବ ସମୟ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବା ପରେ ଆଜି ଦୀର୍ଘ 6 ଘଣ୍ଟାର ଅପରେସନ ପରେ ପାଖାପାଖି 3 କିଲୋର ଟ୍ୟୁମର କଢ଼ାଯାଇଛି। ଶେଷ ଖବର ସୁଦ୍ଧା ରଶ୍ମିତା ସୁସ୍ଥ ଅଛନ୍ତି। ବିଗତଦଶ ଦିନ ଧରି ଅନନ୍ୟା ଫାଉଣ୍ଡେସନ୍ ତରଫରୁ ପର୍ଯ୍ୟାୟ କ୍ରମେ ଆଶୁତୋଷ, ସନ୍ତୋଷ, ଅପର୍ଣ୍ଣା, ଅଭିନାଶଙ୍କ ତରଫରୁ 24 ଘଣ୍ଟିଆ ଦେଖାଶୁଣା କରାଯାଉଛି।

Leave a Reply

Your email address will not be published. Required fields are marked *