ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ।

କନ୍ଧମାଳ ,ଫୁଲବାଣୀ କନ୍ଧମାଳ ଜିଲ୍ଲା ର ଶହ ଶହ ହସ୍ତତନ୍ତ ଓ ହସ୍ତଶିଳ୍ପୀ ମାନେ ଏକ ବିରାଟ ସଭା ଯାତ୍ରାରେ ଆସି ବିଭାଗ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ନିମନ୍ତେ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଙ୍କୁ ସ୍ଥାନୀୟ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । । ଦାବିଗୁଡିକୁ ହେଲା ପୂର୍ବ ସରକାର ରୁ ଲାଗୁ କରାଯାଇଥିବା ମୁଖ୍ୟ ମନ୍ତ୍ରୀ ବରିଷ୍ଟ ବୁଣାକାର, କାରିଗର ,ମାସିକ ଆର୍ଥିକ ସହାୟତା ଯୋଜନାର ନିୟମାନୁଯାୟୀ ଯୋଗ୍ୟ ହସ୍ତ ଶିଳ୍ପୀ ଓ ବୁଣା କାରକୁ ଯଥା ଶୀଘ୍ର ପ୍ରଦାନ କରାଯାଉ । ମାସିକ ସହାୟତା ରାଶିକୁ ଦୁଇ ହଜାରରୁ ବୃଦ୍ଧି କରି ପାଞ୍ଚ ହଜାର କରିବା। ତତ୍ସହିତ କାରିଗରୀ ଓ ବୁଣା କାମରେ ନୀୟଜିତ୍ ପରିବାରର ସମସ୍ତ ସଦସ୍ୟ ଏହି ଯୋଜନାରେ ସାମିଲ କରାଯାଉ ।ଏହି ସବୁ ଦାବି ପୁରଣ ପାଇଁ ଆଜି ଶହ ଶହ ହସ୍ତଶିଳ୍ପୀ ଓ ବୁଣାକାର ରାଜ୍ୟ ସମ୍ପାଦକ ପ୍ରିୟ ରଞ୍ଜନ କର କନ୍ଧମାଳ ଶାଖାର ସମ୍ପାଦକ ଶ୍ରୀ ଆଲୋକ ବେହେରାଙ୍କ ନେତୃତ୍ବରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *