ସ୍ବର୍ଗତ କରେନ୍ଦ୍ର ମାଝୀ ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।
କନ୍ଧମାଳ ତା ୨୫/୦୮/୨୦୨୫ କନ୍ଧମାଳ ମାଟିର ବାଲିଗୁଡା ନିର୍ବାଚନ ମଣ୍ଡଳୀର ପ୍ରଥମ ଭାରତୀୟ ଜନତା ଦଳର ବରିଷ୍ଠ ନେତୃତ୍ଵ ତଥା ପୂର୍ବତନ ବାଲିଗୁଡ଼ା ବିଧାୟକ ସ୍ୱର୍ଗତ ଶ୍ରୀ କରେନ୍ଦ୍ର ମାଝୀଙ୍କ ପାର୍ଥିବ ଶରୀରକୁ ଫୁଲବାଣୀ ଠାରେ ଫୁଲବାଣୀ ବିଜେପି ନେତା ଓ କର୍ମୀ ସହ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ , ବିଧାୟକ।ଉମା ଚରଣ ମଲ୍ଲିକ ,ବିଜେପି ଜିଲ୍ଲା ସଭାପତି ପଣ୍ଡିତ ବିଶିମ।ଝି,ଭଗବାନ ମହାନ୍ତି,ଲିଙ୍ଗରାଜ ଦଳ ବେହେରା ,ମାନ ଗୋବିନ୍ଦ ପ୍ରଧାନ ,ବନ ମହାନ୍ତି ,ଅଜିତ ପଟ୍ଟନାୟକ

,ନଗର ସଭାପତି ଜଗନ୍ନାଥ ସାହୁ,ଦେବାଶିଷ ସାହୁ ,ସୁଧାଂଶୁ ଗୁରୁ,ତପନ ପାଢୀ, ନଗର ର ସହେ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶେଷ ଦର୍ଶନ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ତାଙ୍କୁ ନଗର ରେ ଶୋଭା ଯାତ୍ରା ରେ ଭ୍ରମଣ କରି ନଗର ବାହାରେ ଅନ୍ତିମ ବିଦାୟ ଦେଇଥିଲେ । ଏହି ଦୁଃଖଦ ଘଟଣାରେ ଫୁଲବାଣୀ ସହରର ଶହ ଶହ ଲୋକ ଯୋଗଦେଇ ସ୍ବର୍ଗତ ମାଝିକୁ ଶେଷ ବିଦାୟ ଦେଇଥିଲେ ।
