କାର୍ଯ୍ୟରେ ଯୋଗଦେଲେ ରାଜସ୍ଵ କର୍ମଚାରୀ।

ରଘୁନାଥପୁର:-୨୬/୮()ସମ୍ପ୍ରତି ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ଵ ଅମଲା ସଂଘର ନିଷ୍ପତ୍ତି କ୍ରମେ ଗତ ୧୫ ଦିନ ଧରି ଚାଲିଥିବା ରାଜସ୍ଵ କର୍ମଚାରୀଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।ଏହ କ୍ରମରେ ରଘୁନାଥପୁର ତହସିଲ,ବ୍ଲକ ଓ ଆଇସିଡିଏସ କାର୍ଯ୍ୟାଳୟର ୧୨ ଜଣ ରାଜସ୍ଵ କର୍ମଚାରୀ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ତହସିଲ କାର୍ଯ୍ୟାଳୟର ୮ ଜଣ କର୍ମଚାରୀ ସାମୁହିକ ଭାବେ ତହସିଲଦାର ରାଜଲକ୍ଷ୍ମୀ ନାୟକଙ୍କୁ ଦରଖାସ୍ତ ପ୍ରଦାନ କରିଛନ୍ତି।ଏହାଛଡା ଗତ ୧୫ ଦିନ ଛୁଟିକୁ ଗ୍ରହଣ କରିନେବା ପାଇଁ କର୍ମଚାରୀମାନେ ଲିଖିତ ଦର୍ଶାଇଛନ୍ତି।ସୂଚନାଯୋଗ୍ୟ କି ଗତ ୧୧ ଅଗଷ୍ଟରୁ ରାଜସ୍ଵ କର୍ମଚାରୀ ମାନେ ୧୦ ଦଫା ଦାବି ନେଇ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇଥିଲେ।ସରକାର ସେମାନଙ୍କ ଦାବୀ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ମିଳିଥିବାର କର୍ମଚାରୀମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *