ପାଣିପାଇପ ପାଇଁ ରାସ୍ତା ଖୋଳିଦେଲା ଠିକାସଂସ୍ଥା

ପାଣିପାଇପ ପାଇଁ ରାସ୍ତା ଖୋଳିଦେଲା ଠିକାସଂସ୍ଥା।ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା।ଏକମାସ ମଧ୍ୟରେ ମରାମତି ନହେଲେ କଂଗ୍ରେସର ଆନ୍ଦୋଳନ ଚେତାବନୀ।
ରଘୁନାଥପୁର:-୨୬/୮()ରଘୁନାଥପୁର ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ନେତୃତ୍ଵରେ ଏକ ଟିମ୍ ଆରଡବ୍ଲୁଏସଏସ ଅଫିସ ଗ୍ରସ୍ତ କରି ଅଞ୍ଚଳର ସମସ୍ୟା ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଛନ୍ତି।ଏସଡିଓ ଙ୍କ ଅନୁପସ୍ଥିତିରେ ସହକାରୀ ଯନ୍ତ୍ରୀ ଦିପାଲିକା ବିଶ୍ବାଳ ଦାବିପତ୍ର ଗ୍ରହଣ କରିଛନ୍ତି।ଏଥିରେ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଏକ ଠିକା ସଂସ୍ଥା ଦ୍ୱାରା ମାଟିତଳେ ପାଇପ ଲାଇନ ଜରିଆରେ ପାନୀୟଜଳ ଯୋଗାଇ ଦେବା ପାଇଁ ଖୋଳିଦିଆ ଯାଇଥିବା ରାସ୍ତାର ମରାମତି କାର୍ଯ୍ୟ ଏକମାସ ମଧ୍ୟରେ କରିବା ପାଇଁ କଂଗ୍ରେସ କର୍ମକର୍ତ୍ତାଙ୍କ ପକ୍ଷରୁ ଦାବୀ କରାଯାଇଛି।ନଚେତ ଅଞ୍ଚଳର ଜନତାଙ୍କ ପାଇଁ ବାଧ୍ୟହୋଇ ବ୍ଲକ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ଗତ ଏକବର୍ଷ ତଳୁ ରଘୁନାଥପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ଠିକାସଂସ୍ଥା ପକ୍ଷରୁ ରାସ୍ତା ଖୋଳାଜାଇ ମାଟିତଳେ ପାଇପ ଲାଇନ ବିଛାଯାଇଛି।ଅଦ୍ୟାବଧି ଖୋଳା ଯାଇଥିବା ସ୍ଥାନ ମରାମତି କରାନଯିବାରୁ ବର୍ଷାଦିନେ ରାସ୍ତାରେ ପାଣିଜମି ଗ୍ରାମବାସୀଙ୍କ ଯାତାୟାତ ପାଇଁ ଅନୁପଯୋଗୀ ହୋଇପଡିଛି।ଅନେକ ସ୍ଥାନରେ ରାସ୍ତା ଦବି ଖାଲ ହୋଇଯିବା ସହ କେତେକ ସ୍ଥାନରେ ରାସ୍ତା ଭୁଷୁଡି ସଂକୀର୍ଣ୍ଣ ହୋଇପଡିଛି। ବାଇକରେ ଯାତାୟତ ସମୟରେ ଛୋଟବଡ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି।ଅଙ୍ଗନୱାଡି ଓ ସ୍କୁଲ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ଏହା ଦୈନନ୍ଦିନ ସମସ୍ୟା ହୋଇଛି। ଏପରିକି ଅନେକ ଗ୍ରାମକୁ ଆମ୍ବୁଲାନ୍ସ ପଶିପାରୁ ନାହିଁ।ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ ହେଉଥିଲେ ମଧ୍ୟ ସମ୍ପୃକ୍ତ ଠୀକାସଂସ୍ଥା କର୍ଣ୍ଣପାତ କରୁନାହିଁ।ଦୀର୍ଘଦିନ ଧରି ପାଇପ ବିଛା କାର୍ଯ୍ୟ ସରିଥିବା ବେଳେ କୌଣସି ଗ୍ରାମକୁ ଏପର୍ଯ୍ୟନ୍ତ ପାନୀୟଜଳ ଯୋଗାଇ ଦିଆଯାଇ ନାହିଁ ବୋଲି ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା କ୍ଷଭୋ ପ୍ରକାଶ କରିଛନ୍ତି।ଏହି ଗ୍ରସ୍ତ ସମୟରେ ପୂର୍ବତନ ସଭାପତି ପ୍ରଶାନ୍ତ ଦାସ,ମନୋରଞ୍ଜନ ଜେନା,ତପନ ନାୟକ,ମାନସ ଗୋଛାୟତ,ପ୍ରଭାତ ରାଉତ,କାଶୀନାଥ ପଣ୍ଡା,ଅସୀମ ରାଉତ,ପ୍ରତ୍ୟୁଷ ନାୟକ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *