ବାଇକ୍ ଚୋରୀ ରାକେଟ ଅଭିଯୋଗରେ ଜଣେ କୋର୍ଟ ଚାଲାଣ
କୋଣାର୍କ:- କୋଣାର୍କ ଥାନା ଅଧିନ ନୂଆଗାଁ ଗ୍ରାମର ନନ ଜେନାଙ୍କ ଏକ ମଟର ସାଇକେଲ ନଂ ଓଆର -୧୩ – ଜି – ୯୦୯୨-ଗତ ସୋମବାର ର୍ବିଳମ୍ୱିତ ରାତ୍ରରେ ନିଜ ଘର ସାମ୍ନାରେ ଥୁଆ ହୋଇଥିବା ବେଳେ କେହି ଦୃର୍ବୁତ୍ତ ତାକୁ ଚୋରୀ କରି ନେଇଯାଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ନନ କୋଣାର୍କ ଥାନାରେ ଅଭିଯୋଗ କରିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ମଟର ସାଇକେଲଟିକୁ ଧରି ଜଣେ ଯୁବକ କୋଣାର୍କ ବଜାରରେ ବୁଲୁଥିବା ବେଳେ ମଟରସାଇକେଲ ମାଲିକ ନିଜ ଗାଡ଼ି ଦେଖି ଯୁବକ ଜଣଙ୍କୁ ଡ଼ାକିବାରେ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ଘଟଣାସ୍ଥଳରେ ସ୍ଥାନୀୟ ଯୁବକ ମାନେ ମିଶି କାବୁ କରି କୋଣାର୍କ ଥାନାରେ ଜିମା ଦେଇଥିଲେ। ଗାଡ଼ି ଚୋରୀ କରିଥିବା ଯୁବକ ଜଣଙ୍କ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିନ ସୁତନ ଗ୍ରାମର ଶ୍ରୀଧର ରାଉତଙ୍କ ପୁଅ ଜଗନ ରାଉତ ବୋଲି ଜଣାପଡିଛି। ଜଗନ୍ କୋଣାର୍କ, ଗୋପ ଓ କାକଟପୁର ଅଞ୍ଚଳର ବିଭିନ୍ନ ଚୋରୀ ମାମାଲାରେ ସଂପୃକ୍ତି ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କାକଟପୁର ଥାନା ଶ୍ରୀରାମପୁର ଓ ପଣ୍ଡା ସାହି ନିକଟରୁ ମଧ୍ଯ ୪ ଟି ବାଇକ୍ ମଧ୍ୟ ଅଭିଯୁକ୍ତ ଜଗନ୍ ଚୋରୀ କରି ନେଇଥିବା ସ୍ବୀକାର କରିଛି। ଏଥିପାଇଁ କାକଟପୁର ପୋଲିସ୍ ମଧ୍ୟ କୋଣାର୍କ ଥାନାରେ ପହଞ୍ଚି ତଦନ୍ତ ଚଳାଇଛି। ଚୋରୀ ଗାଡ଼ି ବିକ୍ରି କରିଥିବା ୩ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଜଗନକୁ କୋଣାର୍କ ପୋଲିସ୍ ୧୬୪/୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଚୋରୀ ରାକେଟ ରେ କିଏ ସବୁ ସମ୍ପୃକ୍ତ ଅଛନ୍ତି ପୋଲିସ ତଦାରଖ ଚଳାଇଛି।
