ସ୍ମୃତିମୟ ଅତୀତ
ସ୍ମୃତିମୟ ଅତୀତ ———————_———— – ଖୁବ ମନେପଡେ – ସେ ଦିନର ଜହ୍ନରାତି ବଉଳର ବାସ ଅବା ଓଠ ଧାରେ ଝରୁଥିବା ତୁମ ମନା ଲିସା ହସ l ଖୁବ ମନେପଡେ ନୀଳ ଯନ୍ତ୍ରଣର ମୃଗତୃଷ୍ଣା ବୟସୀ ବସନ୍ତର ପ୍ରୀତିର ପରଷ – ଅବା – ଅନ୍ଧାର ରାତିରେ ଗଢ଼ା ହୃଦୟନୀର୍ଯାସ l – ଖୁବ ମନେପଡେ ବିନିଦ୍ରା ନୟନ ତୁମ ତୋଳୁଥିବା ଯେତେସବୁ ସୁଖ ପାରିଜାତ – ଅବା କୋମଳ ଗାନ୍ଧାରେ ଗାଉଥିବା ହୃଦୟର ଗୀତ l ବୟସର ଅପରାହ୍ନେ ମନେପଡେ ଆଜି ପ୍ରତିଶୃତି ତୁମ ନୀଳ କ୍ୟାନଭାସ ବହଳ ମଲ୍ଲୀର ଭୁରୁ ଭୁରୁ ବାସ – ଅବା ମନତଳେ ଗଢ଼ା ନିବିଡ଼ ଆଶ୍ଳେଷ l ଝାପସା ଝାପସା ମନେପଡେ ରାଜନୀଗନ୍ଧାର ଫୁଲ ଛାଉଣୀ ର ତଳେ ପ୍ରେମ ପ୍ରାଣୟର ଦୋଳି ସ୍ୱପ୍ନରେ ଶ୍ୱେତ ପାଖୁଡା ତୁମେ ଦେଇଥିଲ ମେଲି l ତଥାପି ସ୍ମୃତିକୁ ସାଉଣ୍ଟେ ମାଟିରୁ ଆକାଶ ମୋ ପ୍ରେମସିକ୍ତ ହୃଦୟ ଗହିରିଭିତରେ ତୁମର ସେ ମଧୁ ବଳା “ତୁମେ ତୁମେ ଡାକ ” —————————-0—————–କରୁଣାକର ଦାସ, ଉଦଳା ମୟୂରଭଞ୍ଜ
