ରଥଯାତ୍ରା ଉତ୍ସବ, ଶାସ୍ତ୍ର ଓ ପରମ୍ପରା ଅନୁଯାଇ ଆଲୋଚନା ଚକ୍ର ଓ ଶ୍ରୀକ୍ଷେତ୍ର ଦର୍ଶନ କାର୍ଯ୍ୟକ୍ରମ।

ରଥଯାତ୍ରା ଉତ୍ସବ, ଶାସ୍ତ୍ର ଓ ପରମ୍ପରା ଅନୁଯାଇ ଆଲୋଚନା ଚକ୍ର ଓ ଶ୍ରୀକ୍ଷେତ୍ର ଦର୍ଶନ କାର୍ଯ୍ୟକ୍ରମ।ଶ୍ରୀଜଗନ୍ନାଥ ଭକ୍ତ ସମାଜ ଓଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ,ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ପୂର୍ବାହ୍ଣରେ ଅନୁଷ୍ଠାନ ସଭାପତି ଡ. ନାରାୟଣ ମହାପାତ୍ରଙ୍କ ମାର୍ଗନର୍ଶନରେ ଶ୍ରୀମନ୍ଦିରେ ଥିବା ଦେବତା ମାନଙ୍କ ଦର୍ଶନ କରାଯାଇଥିଲା । ଅପରାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ପୁରୋହିତ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ରଥଯାତ୍ରା ଉତ୍ସବ, ଶାସ୍ତ୍ର ଓ ପରମ୍ପରା ଅନୁଯାଇ ଆଲୋଚନା ଚକ୍ର ଭକ୍ତ ସାଲବେଗ ସମାଧି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ଓଡ଼ିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗ ଦେଇ ରଥଯାତ୍ରାର ପ୍ରାଚୀନତା ତଥା ବୈଦିକ ଯୁଗରୁ ଆରମ୍ଭ ବୋଲି ମତବ୍ୟକ୍ତ କରିଥିଲେ । ପୁଣି ସେମାନେ କହିଲେ ରଥଯାତ୍ରା ବିଧି ବିଧାନ ଅନୁସାରେ ହେବା ନିତ୍ୟାନ୍ତ ଆବଶ୍ୟକ, ବାଦ ବିବାଦ ନୁହେଁ ଉପଯୁକ୍ତ ପ୍ରମାଣ ସହ ରଥଯାତ୍ରା ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ କରିବାପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇବା ପାଇଁ ସେମାନେ ମତବ୍ୟକ୍ତ କରିଥିଲେ । ସେମାନେ କହିଲେ ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ଯାନି ଯାତ୍ରା ନିଜେ ଭଗବାନ ଶ୍ରୀଜଗନ୍ନାଥ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ. ତେଣୁ ଏଥିରେ ବ୍ୟତିକ୍ରମ ହେବା ଅନୁଚିତ୍ । ଇତ୍ୟବସରରେ ମ। ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଶ୍ରୀଯୁକ୍ତ ରାମଚ଼ନ୍ଦ୍ର ଦାସ ମହାପାତ୍ର ଯୋଗଦେଇ ଶାସ୍ତ୍ର ବିରୋଧି ରଥଯାତ୍ରା ବର୍ଜନ କରିବାକୁ ସମସ୍ତ ସଂଗଠନ ଏକାଠି ହେବାକୁ ମତ ଦେଇଥିଲେ । ପୂଜା ପଣ୍ଡା ସାମନ୍ତ ଶ୍ରୀଯୁକ୍ତ ରାମ ନାରୟଣ ପୂଜାପଣ୍ଡା ଯୋଗ ଦେଇ ଜଗନ୍ନାଥ ସଂସ୍କୃତିକୁ ଅବମାନନା କରାଯିବା ଠିକ୍ ନୁହେଁ ବୋଲି କହିଥିଲେ । ସଭାପତି ପ୍ରଫେସର ପୂର୍ଣ୍ଣଚ଼ନ୍ଦ୍ର ମହାପାତ୍ର ସ୍ନାନଯାତ୍ରା, ରଥଯାତ୍ରା କାହିଁକି ନୀତି ନିୟମ ଅନୁସାରେ କରାଯିବ ତାର ଗୁଢ ରସସ୍ୟ ବିଶ୍ଳେଷଣ କରାଯିବ ଉଚିତ୍ ପୁଣି କାର ଫେଷ୍ଟିଭାଲ ନୁହେଁ, ଏହାକୁ ଚାରିୟାଟ ଫେଷ୍ଟିଭାଲ କୁହାଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସେ ଆହୁରି କହିଲେ ଆସନ୍ତା ଜୁଲାଇ ୨୪ ତାରିଖ ଠାରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ହିମାଚ଼ଳ ପ୍ରଦେଶ, ପ୍ରାରପୁର ଶ୍ରୀଜୀନ୍ନାଥ ମନ୍ଦିର ଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଓ ବେଦବ୍ୟାସ କ୍ୟାମ୍ପସ,ବଲାହର ପ୍ରାଗପୁର ଠାରେ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଶୀର୍ଷକ- Vedic Diety Shree Jagannath Purusottam ଅନୁଷ୍ଠିତ ହେବ ବୋଲି କହିଥିଲେ । ଇତ୍ୟବସରରେ ଶ୍ରୀଜଗନ୍ନାଥ ସୌରଭ ସଂଭାର ପୁସ୍ତକ-୨ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏଥିରେ ଶ୍ରୀ ଉମାକାନ୍ତ ମିଶ୍ର, ଶ୍ରୀ ରବି ନାରାୟଣ ମହାପାତ୍ର, ଡ. ପ୍ରଦୀପ ଚ଼ନ୍ଦ୍ର ଆଚାର୍ଯ୍ୟ ଡ. ଶଶିକାନ୍ତ ରଥ,ବୀର ଅନନ୍ତ ପଣ୍ଡା, ଆଶୁତୋଷ ପଣ୍ଡା ଓ ଅନୁଷ୍ଠାନର ସଭ୍ୟ ସଭ୍ୟାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *