ଠାକୁରଗଡ଼ ଗଣେଶ ପୂଜାରେ ଆଜ୍ଞା ଲଡୁ ନିଲାମ

ଆଠମଲ୍ଲିକ ୨୮/୦୮/୨୦୨୫ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗଣେଶ ବଜାର ପୂଜା କମିଟି ପକ୍ଷରୁ ଧୁମ୍ ଧାମରେ ଗଜାନନ ଙ୍କ ଆବାହନ କରାଯାଇଛି l ପୂଜାରେ ମାନସ ବିଶ୍ବାଳ କର୍ତ୍ତା ଦାୟିତ୍ଵ ତୁଲାଇ ଥିଲେ l ସକାଳ ୮ ଘଟିକା ରେ ପୁଜା ଆରମ୍ଭ ହୋଇ ୯ ଘଟିକା ରେ ପୁଷ୍ପାଞ୍ଜଳି ଦିଆଯାଇଥିଲା l ପୂଜକ ଲୋକନାଥ ଙ୍କ ମନ୍ତ୍ର ଧୋନି ରେ ଭକ୍ତିମୟ ସୃଷ୍ଟି କରିଥିଲା l ପୂଜା କୁ ଗଣେଶ ବଜାର ପୂଜା କମିଟି ର ସମସ୍ତ ସଦସ୍ୟ ପରିଚାଳନ କରିଥିବା ବେଳେ ଆସନ୍ତା ୨ ତାରିଖ ଦିନ ଗଜାନନ ଙ୍କ ଆଜ୍ଞା ଲଡୁ ନିଲାମ ଏବଂ ୩ ତାରିଖ ଦିନ ଭସାଣି ହେବ ବୋଲି ସଭାପତି ଶୁଭକାନ୍ତ ପ୍ରଧାନ, ସମ୍ପାଦକ କିଶୋର ସାହୁ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *