ଗଣେଶ ପୂଜା ଏବଂ ଭଜନ ସନ୍ଧ୍ୟା ଅନୁଷ୍ଠିତ
ନିମାପଡ଼ା ବ୍ଲକର ଶେଉଳସାହି ଗ୍ରାମରେ ମହାସେନା ପୂଜା କମିଟି ତରଫରୁ ଗ୍ରାମରେ ଚନ୍ଦନ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଗଣେଶ ପୂଜା ଏବଂ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଅଛି | ଏଥିରେ ବହୁତ ସଂଖ୍ୟାରେ ଭକ୍ତ ସମାଗମ ହୋଇ ପ୍ରଭୁ ଶ୍ରୀଗଣେଶଙ୍କ ଆଶ୍ରିବାଦ ନେବା ସହ ନିମାପଡା ଅଞ୍ଚଳରେ ଏହା ସବୁଠାରୁ ବଡ ଗଣେଶ ବୋଲି ବର୍ଣ୍ଣନା କହିଛନ୍ତି | ପୂଜାର ଦ୍ୱିତୀୟ ଦିବସରେ ଶୁଭ ଆଳତି ଭଜନ ସନ୍ଧ୍ୟା ତରଫରୁ ଆକର୍ଷଣୀୟ ଭଜନ ମାନ ଏମ.କେ ଶଶିକାନ୍ତ (କାଳୁ), ସୁଶ୍ରୀ ଶୁଭଲଷ୍ମୀ, ବୈଦ୍ୟଧର ଭୋଇ, ଅରମାନ ଶାନ, ଦିବ୍ୟ ରଞ୍ଜନ ପ୍ରଧାନ, ଦୀପକ ରଞ୍ଜନଙ୍କ ସୁମଧୁର କଣ୍ଠରୁ ଭକ୍ତ ମାନେ ଶୁଣି ଆନନ୍ଦିତ ହୋଇଥିଲେ |

ପୂଜା ଶେଷରେ ଶଶୀମଣୀ ସାହୁ, ସହଦେଵ ସ୍ବାଇଁ, ଅମୁଲ୍ୟ ପ୍ରସାଦ ସେନାପତି, ଜ୍ଞାନରଞ୍ଜନ ମହାପାତ୍ର ଇତ୍ୟାଦି ବୟୋଜ୍ୟେଷ୍ଟ ବ୍ୟକ୍ତିମାନେ ମହାସେନା ପୂଜା କମିଟିର ସମସ୍ତ ସଦସ୍ୟମାନଙ୍କୁ ଆଶ୍ରିବାଦ ଏବଂ ଶୁଭକାମନା ଜଣାଇଥିଲେ l
