ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ଓ ସଫେଇ ମିତ୍ରଙ୍କ ପ୍ରତିଯୋଗିତା ଅନୁଷ୍ଠିତ
ଓଡ଼ଗାଁ,୨୯।୮/୨୫ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ନିଖିଳ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ପାଳନ ଉଦ୍ଦେଶ୍ୟରେ ୨୦ ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରୁ ମୋଟ ୯୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ତୃତୀୟ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୨ଜଣ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୮ ଜଣ,ନବମରୁ +୨ ପର୍ଯ୍ୟନ୍ତ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଚାରକ ରୂପେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଦାମୋଦର ଖିଲାର,ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ର, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ମଞ୍ଚାସୀନ ଥିଲେ।ଚିତ୍ରାଙ୍କନ ରେ ଶୁଭଶ୍ରୀ ପ୍ରିୟଦର୍ଶିନୀ ୫ମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ ସ୍ଥାନ, ପ୍ରିୟଙ୍କା ସାହୁ ୫ମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଅନ୍ୱେଷା ପାଣିଗ୍ରାହୀ ୫ମ ଗାଇଡାନ୍ସ ପବ୍ଳିକ୍ ସ୍କୁଲ ଯୁଗ୍ମ ଦ୍ୱିତୀୟ,ମେହେକ ଦିଲ୍ଲୀପ ସେଠୀ ୫ମ ଓ ତୃପ୍ତିମୟୀ ପଣ୍ଡା ୫ମ ସରକାରୀ ଉଚ୍ଚପ୍ରାଥମିକ(ମ.ଇଂ) ବିଦ୍ୟାଳୟ ଯୁଗ୍ମ ତୃତୀୟ,ପ୍ରବନ୍ଧ ପ୍ରତିଯୋଗିତାରେ ରାଜଲକ୍ଷ୍ମୀ ପଟ୍ଟନାୟକ ୮ମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ପ୍ରଥମ ସ୍ଥାନ, ସାଇକ୍ରିଷ୍ଣା ମହାପାତ୍ର ୮ମ ସରକାରୀ ଉଚ୍ଚପ୍ରାଥମିକ(ମ.ଇଂ)ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ, ସଶ୍ମିତା ସାହୁ ୮ମ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଅରୋଶିଖା ସାହୁ ୭ମ ପି ଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଯୁଗ୍ମ ତୃତୀୟ ଓ ତର୍କ ରେ ସ୍ୱାଧୀନ ଭାରତୀ ୧୦ମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଓ ଅମିଶାଭ୍ ପ୍ରଧାନ ରଘୁନାଥ ସମବାୟ ଉଚ୍ଚମାଧ୍ୟମିକ

ବିଦ୍ୟାଳୟ ଯୁଗ୍ମ ପ୍ରଥମ, ସୁଚିନ୍ତିକା ସାହୁ ଓ ସମୀକ୍ଷା ଦାସ ପି.ଏମ୍ .ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଯୁଗ୍ମ ଦ୍ୱିତୀୟ, ରୁଦ୍ରନାରାୟଣ ସାହୁ ୯ମ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ସଫେଇ ମିତ୍ର ମାନଙ୍କୁ ନେଇ ମ୍ୟୁଜିକ ଚେୟାର ଓ ପୁରୁଷ ସଫେଇ ମିତ୍ର ମାନଙ୍କ ମଧ୍ୟରେ ଲୋକବାଦ୍ୟ (ଢୋଲ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ମ୍ୟୁଜିକ ଚେୟାର ରେ ଅନୀତା ନାହାକ ପ୍ରଥମ ସ୍ଥାନ, ବିଳାସ ନାହାକ ଦ୍ୱିତୀୟ ସ୍ଥାନ ଓ ଟିକିନା ନାହାକ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପୁରୁଷ ବିଭାଗରେ ତ୍ରିଲୋଚନ ନାହାକ ପ୍ରଥମ ସ୍ଥାନ, ଗଣେଶ ନାହାକ ଦ୍ୱିତୀୟ ସ୍ଥାନ ଓ ଚୈତନ୍ୟ ନାହାକ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୩୧.୮.୨୦୨୫ ରିଖ ରବିବାର ଦିନ ନିଖିଳ ସ୍ୱାୟତ୍ତ ଶାସନ ଦିବସ-୨୫ ପରିପ୍ରେକ୍ଷୀରେ ପୁରସ୍କୃତ କରାଯିବ।ଆଜିର କାର୍ଯ୍ୟକ୍ରମକୁ ସିଟି ମିଶନ୍ ମ୍ୟାନେଜର ଶ୍ରୀମୋହନ ମହାପାତ୍ର ପରିଚାଳନା କରିଥିବା ବେଳେ ସନ୍ଦୀପ୍ ପାଣିଗ୍ରାହୀ, ସୂର୍ଯ୍ୟକାନ୍ତ ପଟ୍ଟନାୟକ, ସୋମନାଥ ବେହେରା ଓ ନୀଳମାଧବ ମିଶ୍ର ସହଯୋଗ କରିଥିଲେ।
