ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ମିଳନୀ

ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୨୪ ତମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ କାର୍ଯକାରି କମିଟି ସଭ୍ୟ ବ୍ରଜବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, କାର୍ଯକାରି କମିଟି ସଭ୍ୟ ମହେଶ୍ୱର ରାଉତ, କଣ୍ଟ୍ରୋଲ କମିଶନର ସଭ୍ୟ ଦେବେନ୍ଦ୍ର ସାହୁ, ବିପିନ ବିହାରୀ ରାଉତ ପ୍ରମୂଖ ଯୋଗ ଦେଇଥିଲେ। ରାଜ୍ୟର ସାଂଗଠାନିକ କାର୍ଯ୍ୟକ୍ରମ ସହିତ ଡବଲ ଇଞ୍ଜିନ ସରକାର ଅପାରଗତା, ମହିଳାଙ୍କ ପ୍ରତି ନିର୍ଯ୍ୟାତନା, ଦରଦାମ ବୃଦ୍ଧି ପ୍ରତିବାଦରେ ବ୍ୟାପକ ଆଲୋଚନା କରାଯାଇଥିଲା।

ନୂତନ ସମ୍ପାଦକ କୃଷ୍ଟ ଚନ୍ଦ୍ର ରାଉତ, ସହସମ୍ପାଦକ ଭାବେ ହରିହର ସେନାପତି ଓ ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ସୁରେଶ ଚନ୍ଦ୍ର ବିଶ୍ୱାଳ, ଗୋଲେଖ ଚନ୍ଦ୍ର ନାୟକ, ବିପିନ୍ ବିହାରୀ ରାଉତ, ପ୍ରଦୀପ୍ତ ମହାନ୍ତି, ମନୋରଞ୍ଜନ ପରିଡ଼ା , ବ୍ରଜବନ୍ଧୁ ପ୍ରଧାନ ଓ ବିଦୁଲତା ପୁଷ୍ଟି ପ୍ରମୁଖ ନିର୍ବାଚିତ ହୋଇଥିଲେ। ଏଥି ୨୭ ଜଣିଆ ଜିଲ୍ଲା ପରିଷଦ ସଭ୍ୟ ଗଠନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେଢ଼ ଶହରୁ ଅଧିକ ସାଥି କମ୍ରେଡ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *