ଜିଲ୍ଲାର ମହିଳା ସୁରକ୍ଷା ଓ ରୋଜଗାର ପାଇଁ ଗଣତାନ୍ତ୍ରିକ ମହିଳା ସମିତି ଲଢେ଼ଇ କରିବ।
ବ୍ରହ୍ମପୁର – ଆଜି ଗଣତାନ୍ତ୍ରିକ ମହିଳା ସମିତିର ୯ ଜିଲ୍ଲା ସମ୍ମିଳନୀ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମହିଳା ସମିତିର ସର୍ବଭାରତୀୟ ଜାତୀୟ ସମ୍ପାଦିକା ତାପସି ପ୍ରହରାଜ ଯୋଗଦେଇ ସମ୍ପ୍ରତି କ ଅବସ୍ଥାରେ ମହିଳାମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ସରକାର ପରେ ସରକାର ମହିଳା ସଶକ୍ତିକରଣ ସ୍ଲୋଗାନ ଦେଇ କ୍ଷମତାକୁ ଆସିଲାପରେ ନିର୍ଯ୍ୟାତନା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଁ ଚାଲିଛି। ଵିଶେଷଭାବେ ବିଜେପି କ୍ଷମତା କୁ ଆସିବାପରେ ମହିଳା ବିରୋଧୀ ମନୁବାଦୀ ନୀତି ଗ୍ରହଣ କରିବା ଯୋଗୁ ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ସାଙ୍ଘାତିକ ଭାବେ ଵୃଦ୍ଧିପାଇଛି। ବର୍ତ୍ତମାନ ମହିଳାମାନେ ରାଜନୈତିକ ,ସାମାଜିକ ଓ ଆର୍ଥିକ ଭାବେ ଅବହେଳିତ। ତେଣୁ ଏହା ବିରୁଦ୍ଧରେ ମହିଳାମାନେ ସଂଗଠିତ ଓ ସଙ୍ଘର୍ଷ କରିବା ପାଇଁ ଆହ୍ୱାନ ଦେଇଥିଲେ।ଜିଲ୍ଲା ସମ୍ପାଦିକା ବିଷ୍ଣୁପ୍ରିୟା ସାହୁ ସାଙ୍ଗଠନିକ ରିପୋର୍ଟ ଅଗତକରିଥିଲେ।ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ପ୍ରତିନିଧିମାନେ ଆଲୋଚନା କରିବାପରେ ରିପୋର୍ଟ ଗ୍ରହଣ କରାଯାଇଥିଲା। ଏହି ସମ୍ମିଳନୀରେ ଏକ ୧୯ ଜଣିଆ ଜିଲ୍ଲା କମିଟି ନିର୍ବାଚିତ ହୋଇଛି। ଏଥିରେ ମିନତୀ ସ୍ୱାଇଁ ସଭାନେତ୍ରୀ ଓ ବିଷ୍ଣୁପ୍ରିୟା ସାହୁ ସମ୍ପାଦକ ନିର୍ବାଚିତ ହୋଇଛନ୍ତି।ଏହି ସମ୍ମିଳନୀକୁ ବିଶିଷ୍ଟ କୃଷକ ନେତା କୈଳାଶ ଷଡ଼ଙ୍ଗୀ ଉଦଘାଟନ କରିଥିଲେ।ବରିଷ୍ଠ ନାରୀନେତ୍ରୀ ଗାୟତ୍ରୀ ନାଥ ପତାକା ଉତ୍ତୋଳନ କରିଥିଲେ।ନାରୀନେତ୍ରୀ ଗାୟତ୍ରୀ ନାଥ, ପ୍ରତିଭା ବ୍ରହ୍ମା ଓ ଗାୟତ୍ରୀ ଗୌଡ଼ ସମ୍ମିଳନୀକୁ ପରିଚାଳନା କରିଥିଲେ।ଯୁବନେତା ଗୋକୁଳ ତ୍ରିପାଠୀ ଏକ ବୈପ୍ଳବିକ କବିତା ପାଠ କରିଥିଲେ।
