କୋଣାର୍କ ରେ ଜାତୀୟ କ୍ରୀଡା ଦିବସ ପାଳିତ
ଗୋପ :- 29/08/2025 କୋଣାର୍କ ନିକଟସ୍ଥ ଆର୍ତ୍ତତ୍ରାଣ କାର୍ତିକେଶ୍ୱର୍ ବିଦ୍ୟାପୀଠ, ନୂଆଗାଁ, ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଅତିଥି ଭାବରେ ଅନ୍ୟ ମାନଙ୍କ ମଧ୍ୟରେ ଏନ ସି ସି ଅଧିକାରୀ ଦିଲ୍ଲିପ କୁମାର ନାୟକ, ସତ୍ୟସାଇ ସେବା ସଂଗଠନ ର ଜିଲ୍ଲା ସଭାପତି ବଂଶୀଧର ମହାପାତ୍ର, ବିଜ୍ଞାନ ସାହୁ, ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।

ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ଙ୍କ ନିର୍ଦ୍ଦେଶ ମତେ ପ୍ରତ୍ୟେକ ବିଦ୍ୟାଳୟ ରେ କ୍ରୀଡା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷକ ନିହାରିକl ମହାନ୍ତି ଓ ମହାପ୍ରସାଦ ମହାରଣା ପରିଚାଳନା କରିଥିଲେ। ଶେଷରେ କୃତୀ କ୍ରୀଡାବିତ୍ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।
