ଭଦ୍ରକ ରେ ଜାତୀୟ କ୍ରୀଡ଼ା ଦିବସ ଅବସର ରେ ୧୪ ଜଣ ଜାତୀୟ କ୍ରୀଡାବିତ୍ ଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ରେ ଜାତୀୟ କ୍ରୀଡ଼ା ଦିବସ ଅବସର ରେ ୧୪ ଜଣ ଜାତୀୟ କ୍ରୀଡାବିତ୍ ଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।

ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଜାତୀୟ କ୍ରୀଡା ଉତ୍ସବରେ ଶପ‌ଥ ପାଠ କରି ଜିଲ୍ଲାର ୧୪ ଜଣ ଜାତୀୟ ସ୍ତରର
ମନୋନିତ ହୋଇଥ‌ିବା ପୁଅ ଓ ଝିଅ କ୍ରୀଡାବିତ୍ ଙ୍କୁ ସମ୍ବନ୍ଧିତ କରିଥିଲେ । ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଶ୍ରୀ ରାଉତରାଏ କ୍ରୀଡ଼ା , ଉତ୍ସାହ ଏବଂ ଏକତା ର ଦେଶ ବ୍ୟାପୀ ଉତ୍ସବ ଆଜି ପାଳନ କରାଯାଉଛି ତଥା ଏ ବର୍ଷ ର Theme “ଖେଳ ପଡିଆ ରେ ଗୋଟିଏ ଘଣ୍ଟା” ବୋଲି ଉଲ୍ଲେଖ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ଉପଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ଅଧୂକାରୀ ଶ୍ୟାମଳ ରାୟ , ଓ ଏସ୍ ଡି ରମେଶ ମହାନ୍ତି, ଜିଲ୍ଲା ଏଥେ ଲେଟିକ ଆସୋ ସିଏସନ ର ଯୁଗ୍ମ ସମ୍ପାଦକ ଅତିଶ ବେହେରା ପ୍ରମୁଖ ଯୋଗ ଦେଇ କ୍ରୀଡାର ଭିତି ଭୂମି ବିକାଶ ହେବା, ହକି ଯାଦୁକର ମେଜର ଧ୍ଯାନ ଚାନ୍ଦ ଙ୍କ କ୍ରୀଡା ପ୍ରତି ନିଷ୍ଠା ଆଦର୍ଶକୁ ମନେପକାଇ ଅନୁର୍ନିହିତ କ୍ରୀଡା ପ୍ରତିଭାକୁ ଜାଗ୍ରତ କରିବା, କ୍ରୀଡା ବିତ୍ ଓ ପ୍ରତିଭା ମାନଙ୍କୁ ରାଜ୍ୟ ଏବଂ ଜାତୀୟ ଆନ୍ତର୍ଜାତୀୟ ଶୀର୍ଷ ରେ ପହଞ୍ଚିବା ପାଇଁ ସମସ୍ତେ ଉଦ୍ୟମ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏଥିରେ ଶତାଧୂକ କ୍ରୀଡାବିତ୍ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *